ଶିଶୁର ହସ ଓ କାନ୍ଦ ଦେଖି ଆପଣ ବି ହସିହସି ଗଡ଼ିଯିବେ

Advertisment
ଶିଶୁର ହସ ଓ କାନ୍ଦ ଦେଖି ଆପଣ ବି ହସିହସି ଗଡ଼ିଯିବେ

ନୂଆଦିଲ୍ଲୀ: ଶିଶୁମାନଙ୍କ ପ୍ରତ୍ୟେକଟି କାର୍ଯ୍ୟକଳାପ ଦେଖିବାକୁ ସୁନ୍ଦର ଲାଗିଥାଏ। ସମୟସମୟରେ ଶିଶୁମାନେ ବି ଅଦ୍ଭୁତ କାର୍ଯ୍ୟକଳାପ ଦେଖାଇ ଥାଆନ୍ତି। ଯାହାକୁ ଦେଖିଲେ ଆପଣାଛାଏଁ ମୁଖରେ ହସ ଖେଳି ଯାଇଥାଏ। ନିକଟରେ ଏମିତି ଜଣେ ଶିଶୁ ଚର୍ଚ୍ଚାରେ ରହିଛି। ଏହି ଶିଶୁର ହସିବା ଓ କାନ୍ଦିବା ପ୍ରତିଭାକୁ ଯିଏ ଦେଖୁଛନ୍ତି ସିଏ ହସିହସି ବେଦମ ହୋଇ ଯାଉଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଥିବା ଶିଶୁ ଘାନାରେ ବସବାସ କରନ୍ତି। ଯାହାଙ୍କ ନାମ ଅଲବର୍ଟ ଓଫୋସୁ ନେକେଟିଆ ଥିବା ଜଣାପଡ଼ିଛି। ୭ବର୍ଷ ଅଲବର୍ଟର ହସ ଓ କାନ୍ଦ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ଭାଇରାଲରେ ଦେଖିବାକୁ ମିଳୁଛି, ଶିଶୁ ଅଲବର୍ଟ ତାର ମା’ଙ୍କୁ କିଛି ମାଗୁଥିବା ବେଳେ କାନ୍ଦୁଥିବାର ଦେଖିବାକୁ ମିଳୁଛି। ଏହାପରେ ଶିଶୁ ସଙ୍ଗେସଙ୍ଗେ କାନ୍ଦ ବନ୍ଦ କରି  ଜୋରଜୋରରେ ଦାନ୍ତ ଦେଖାଇ ହସିବାକୁ ଲାଗୁଛି।

ଏହି ଭିଡିଓ ପଛରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବି ଯୋଡ଼ି ହୋଇ ରହିଛି। ଶିଶୁର ମାମୁଁ କହିଛନ୍ତି, ‘ଅଲବର୍ଟଙ୍କ ଏଭଳି କାର୍ଯ୍ୟକଳାପର ଦୃଶ୍ୟକୁ ମୁଁ କ୍ୟାମେରାରେ କୈଦ କରି ରଖିଥାଏ। କାରଣ ତାର କାର୍ଯ୍ୟକଳାପ ମୋତେ ଦେଖିବାକୁ ବଶେ ଖୁସି ଲାଗିଥାଏ। ନିକଟରେ ମୋ ଫୋନ ଖରାପ ହୋଇଯିବାରୁ ମୁଁ ମୋ ଫୋନକୁ ଜଣେ ଦୋକାନୀକୁ ବିକ୍ରି କରି ଦେଇଥିଲି।

ସେହି ସମୟରେ ଏହି ଭିଡିଓ ବି ସେଥିରେ ରହି ଯାଇଥିଲା। ସେ ଏହି ଭିଡିଓକୁ କୌଣସି କାରଣବଶତଃ ପାଇବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଯାହା ଭାଇରାଲ ହୋଇଯାଇଛି। ଏକଥା ମୁଁ ବି ଜାଣି ନଥିଲି। ଯେତେବେଳେ ଏହି ଭିଡିଓ ଘୁରିଘୁରି ମୋ ପାଖକୁ ଆସିଥିଲା ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ ଉକ୍ତ ଭିଡିଓକୁ ତ ମୁଁ ରେକର୍ଡ କରିଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe