ମଲାଇକାଙ୍କ ୩ ଫିଟ୍‌ନେସ ସୂତ୍ର

ବଲିଉଡ୍‌ର ଫିଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ମଲାଇକା ଅରୋଡ଼ା ଅଗ୍ରଗଣ୍ୟ। ବୟସ ୫୦ ବର୍ଷ ଟପିବା ପରେ ବି ତାଙ୍କ ଫିଟ୍‌େନସ୍‌ ଈର୍ଷଣୀୟ। ନିକଟରେ ସୋହା ଅଲି ଖାନ୍‌ଙ୍କ ପୋଡ୍‌କାଷ୍ଟରେ....

New Project (1)

ବଲିଉଡ୍‌ର ଫିଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ମଲାଇକା ଅରୋଡ଼ା ଅଗ୍ରଗଣ୍ୟ। ବୟସ ୫୦ ବର୍ଷ ଟପିବା ପରେ ବି ତାଙ୍କ ଫିଟ୍‌େନସ୍‌ ଈର୍ଷଣୀୟ। ନିକଟରେ ସୋହା ଅଲି ଖାନ୍‌ଙ୍କ ପୋଡ୍‌କାଷ୍ଟରେ ସେ ତାଙ୍କର ଫିଟନେସ୍‌ ରହସ୍ୟ ପ୍ରକାଶ କରିଛନ୍ତି। ମଲାଇକା କହିଛନ୍ତି ଯେ ତାଙ୍କ ଫିଟ୍‌ନେସ୍‌ ୩ଟି ମୌଳିକ ସୂତ୍ର ଉପରେ ଆଧାରିତ- ନିଦ, ପୁଷ୍ଟି ଓ ମନ-ଶରୀର ସଂଯୋଗ।

ମଲାଇକା କହନ୍ତି, ‘ଆପଣ ଯାହା ଖାଆନ୍ତି ତାହା ଆପଣଙ୍କ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ।’ ଘରେ ରନ୍ଧା ସାଧାରଣ ଖାଦ୍ୟ ଖାଇବାକୁ ସେ ପରାମର୍ଶ ଦିଅନ୍ତି। ସେ ‌ଏକାବେଳେ ଅଧିକ ଖାଆନ୍ତି ନାହିଁ ଏବଂ କେବେ ବି ନିଜକୁ ଭୋକିଲା ରଖନ୍ତି ନାହିଁ। ବ୍ୟାୟାମ ପରେ ଟୋଷ୍ଟ, ଅଣ୍ଡା, ଦୋସା ପରି ଖାଦ୍ୟ ଖାଇବା ସହ ଘରେ ପ୍ରସ୍ତୁତ ସେକ୍‌ ପିଅନ୍ତି।

ମଲାଇକା ଭାରୀ ପେଟରେ ବ୍ୟାୟାମ କରିବାକୁ ମନା କରନ୍ତି। ସେ ଯୋଗକୁ କେତେ ଭଲ ପାଆନ୍ତି ତାହା ଦୁନିଆକୁ ଅଛପା ନାହିଁ। ବିଶେଷକରି ସୂର୍ଯ୍ୟ ନମସ୍କାରରୁ ତାଙ୍କ ଦିନ ଆରମ୍ଭ ହୋଇଥାଏ। ମଲାଇକା ନିଜକୁ ଫିଟ୍‌ ରଖିବା ପାଇଁ ଷ୍ଟ୍ରେନ୍‌ଥ ଟ୍ରେନିଂ, ପାଇଲେଟ୍‌ସ ଓ ଫୁଲ୍‌-ବଡି ୱର୍କଆଉଟ୍‌ ମଧ୍ୟ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe