ଆଜି ମଲାଲା ଦିବସ: ଅଧିକାର ପାଇଁ ଲଢ଼ୁଥିବା ପ୍ରତ୍ୟେକ ମହିଳା, ବାଳକ ଓ ବାଳିକାଙ୍କ ଦିବସ

Advertisment
ଆଜି ମଲାଲା ଦିବସ: ଅଧିକାର ପାଇଁ ଲଢ଼ୁଥିବା ପ୍ରତ୍ୟେକ ମହିଳା, ବାଳକ ଓ ବାଳିକାଙ୍କ ଦିବସ

Variety

୨୦୧୪ରୁ ପ୍ରତି ବର୍ଷ ଜୁଲାଇ ୧୨ରେ ପାଳନ କରାଯାଉଛି ‘ମଲାଲା ଦିବସ’। ୧୯୯୭ ଜୁଲାଇ ଏହି ଦିନରେ ପାକିସ୍ତାନର ସ୍ବାତ ଉପତ୍ୟକା ଅନ୍ତର୍ଗତ ମିଂଗୋରାରେ ଜନ୍ମ ହୋଇଥିଲେ ନାରୀ ସକ୍ରିୟତାବାଦୀ ମଲାଲା ୟୁସଫଜଈ। ୨୦୧୩ ଜୁଲାଇ ଏହି ଦିନରେ ‘ଜାତିସ˚ଘ’ରେ ସମସ୍ତଙ୍କର ଶିକ୍ଷା ଅଧିକାର ଉପରେ ଭାଷଣ ଦେଇ, ଉପସ୍ଥିତ ଶ୍ରୋତାଙ୍କୁ ସେ ଅଭିଭୂତ ଓ ଚମତ୍କୃତ କରିଥିଲେ। ଶିକ୍ଷାର ପ୍ରଚାର-ପ୍ରସାର ତଥା ଏ ବାବଦରେ ବିଶ୍ବସ୍ତରରେ ସଚେତନତା ସୃଷ୍ଟି ପାଇଁ ‘ମଲାଲା ଦିବସ’ ପାଳନ କରାଯାଉଛି।

publive-image

୨୦୦୮ରୁ ଏହି ପାକିସ୍ତାନୀ ଯୁବତୀ ମୁଖ୍ୟତଃ ନାରୀ ଶିକ୍ଷା ଅଭିଯାନ ସହ ସ˚ପୃକ୍ତ। ୨୦୧୨ରେ ତାଲିବାନୀମାନେ ଜୀବନରେ ମାରିଦେବା ପାଇଁ ତାଙ୍କ ଉପରେ ଗୁଳି ଚଳାଇଥିଲେ। ତେବେ, ଠିକ୍‌ ସମୟରେ ଚିକିତ୍ସା ଦ୍ବାରା ତାଙ୍କର ଜୀବନ ରକ୍ଷା କରାଯାଇପାରିଥିଲା। ଇ˚ଲଣ୍ତ୍‌ରେ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଥିଲେ। ୨୦୧୪ରେ ସେ ପାଇଥିଲେ ‘ନୋବେଲ୍‌ ଶାନ୍ତି ପୁରସ୍କାର’। ଏହି ପୁରସ୍କାର ଲାଭକରିବାରେ ସେ ବିଶ୍ବରେ ଅଦ୍ୟାବଧି ସର୍ବ-କନିଷ୍ଠ।

ମଲାଲାଙ୍କ ଭାଷାରେ: ‘ଏହା ମୋ’ର ଦିବସ ନୁହେଁ। ଅଧିକାର ପାଇଁ ଲଢ଼ୁଥିବା ପ୍ରତ୍ୟେକ ମହିଳା, ବାଳକ ଓ ବାଳିକାଙ୍କ ଦିବସ’। ସେ ଅକ୍‌ସଫୋର୍ଡ‌୍ ଅନ୍ତର୍ଗତ ‘ଲେଡି ମାର୍‌ଗାରେଟ୍‌ ହଲ୍‌’ରୁ ଉଚ୍ଚ ଶିକ୍ଷା ପ୍ରାପ୍ତ। ଏବେ ସେ ଇଂଲଣ୍ଡ୍‌ର ବର୍‌ମିଂହାମ୍‌ରେ ବାସକରୁଛନ୍ତି। କାନାଡା ସରକାରଙ୍କ ପକ୍ଷରୁ ତାଙ୍କୁ ନାଗରିକତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe