ଆସନ୍ନ ବିପଦକୁ ଆଖିରେ ରଖି ୩ଟି କୃତ୍ରିମ ଦ୍ବୀପ ନିର୍ମାଣ କରୁଛି ମାଳଦ୍ବୀପ; ଜାଣନ୍ତୁ ବିପଦଟି କ’ଣ ?

Advertisment
ଆସନ୍ନ ବିପଦକୁ ଆଖିରେ ରଖି ୩ଟି କୃତ୍ରିମ ଦ୍ବୀପ ନିର୍ମାଣ କରୁଛି ମାଳଦ୍ବୀପ; ଜାଣନ୍ତୁ ବିପଦଟି କ’ଣ ?

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବିଭିନ୍ନ ଭୌଗଳିକ କାରଣରୁ ବିଶ୍ବରେ ସମୁଦ୍ରପତ୍ତନ ବୃଦ୍ଧି ଘଟୁଛି। ଏହି ସମସ୍ୟା ଏବେ ମାଳଦ୍ବୀପ ସରକାରଙ୍କ  ମୁଣ୍ଡବିନ୍ଧାର କାରଣ ପାଲଟିଛି । ସମୁଦ୍ରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ତିନୋଟି କୃତ୍ରିମ ଦ୍ବୀପ ନିର୍ମାଣ କରୁଛନ୍ତି ମାଳଦ୍ବୀପ ସରକାର। ‘ନାସା’ର ରିପୋର୍ଟ ଅନୁସାରେ ମାଳଦ୍ବୀପ ପୃଥିବୀର ସବୁଠାରୁ ତଳିଆ ଅଞ୍ଚଳ ମଧ୍ୟରୁ ଅନ୍ୟତମ । ମାଳଦ୍ବୀପର ୧୧୯୦ ଦ୍ବୀପ ମଧ୍ୟରୁ ପାଖାପାଖି ୮୦ ପ୍ରତିଶତ ଦ୍ବୀପର ଉଚ୍ଚତା ସମୁଦ୍ର ପତ୍ତନରୁ ଏକ ମିଟରରୁ କମ ଅଟେ ।  ଏଣୁ ସମୁଦ୍ରର ଜଳସ୍ତର ବୃଦ୍ଧି ଯୋଗୁ ସମୟ କ୍ରମେ ଏହି ସବୁ ଦ୍ବୀପ ନିଶ୍ଚିହ୍ନ ହେବାର ଆଶଙ୍କା ରହିଛି।

ମାଳଦ୍ବୀପର ରାଜଧାନୀ ମାଲିର ଉତ୍ତର-ପୂର୍ବରେ ହୁଲହୁମାଲୀ ନାମକ ଏକ କୃତ୍ରିମ ଦ୍ବୀପ ରହିଛି । ତଥ୍ୟ ଅନୁସାରେ ଏହି କୃତ୍ରିମ ଦ୍ବୀପକୁ ସମୁଦ୍ର ବାଲିରେ ନିର୍ମାଣ କରାଯାଇଛି । ଏଠାରେ ଥିବା ଦ୍ବୀପମାନଙ୍କ ମଧ୍ୟରେ ଏହା ଚତୁର୍ଥ ବୃହତ୍ତମ। ପୃଥିବୀରେ ସମୁଦ୍ର ଜଳସ୍ତର ପ୍ରତିବର୍ଷ ୩-୪ ମିଲିମିଟର ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ଏହା ଲଗାତାର ବଢିବାରେ ଲାଗିଛି । ଏହି କାରଣରୁ ଅନେକ ଦ୍ବୀପ ଜଳମଗ୍ନ ହୋଇସାରିଲେଣି ଏବଂ ଆଉ କିଛି ଦ୍ବୀପ ଜଳମଗ୍ନ ହେବା ଉପରେ । ଆମେରିକୀୟ  ଜିଓଲୋଜିକାଲ ସର୍ଭେ ୨୦୧୮ ଅନୁସାରେ ପାନୀୟ ଜଳର ଅଭାବ ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ  ୨୦୫୦ ମଧ୍ୟରେ ତଳିଆ ଦ୍ବୀପଗୁଡ଼ିକ ଜନଶୂନ୍ୟ ହୋଇଯିବ ।

ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃ-ସରକାରୀ ପ୍ୟାନେଲ ମଧ୍ୟ ଚେତାବନୀ ଦେଇଛି ଯେ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ ହେଲେ ମଧ୍ୟ ୨୧୦୦ମସିହା ସୁଦ୍ଧା ସମୁଦ୍ରପତ୍ତନ ଅଧମିଟର ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଯଦି ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ପରିମାଣ ବୃଦ୍ଧି ଜାରିରହିବ ତେବେ ଏହା ମଧ୍ୟ ବୃଦ୍ଧି ପାଇବ। ଅତିକମରେ ଏହା ଏକ ମିଟର ହୋଇପାରେ । ସମୁଦ୍ର ପତ୍ତନଠାରୁ ୨ ମିଟର ଉଚ୍ଚରେ ଥିବା ହୁଲହୁମାଲି ଦ୍ୱୀପ  ଜଳସ୍ତର ବୃଦ୍ଧି ଦ୍ୱାରା ପ୍ରଭାବିତ ମାଲଦ୍ୱୀପ ଜନସଂଖ୍ୟା ପାଇଁ ଏକ ଆଶ୍ରୟସ୍ଥଳୀ ।

publive-image

ରାଜଧାନୀ ମାଲିର ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମାଳଦ୍ୱୀପ ସରକାର ୧୯୯୭ରେ ହୁଲୁହୁମାଲି ନିର୍ମାଣ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ଦ୍ୱୀପଟି ୪ ବର୍ଗ କିଲୋମିଟର ଉପରେ ବ୍ୟାପିଛି ଏବଂ ଏଥିରେ ପ୍ରାୟ ୫୦୦୦୦ ଲୋକ ବାସ କରୁଛନ୍ତି । ଭବିଷ୍ୟତରେ ଏହାର ଜନସଂଖ୍ୟା ଦୁଇ ଲକ୍ଷକୁ ବୃଦ୍ଧି ପାଇପାରେ ବୋଲି ଆଶା ରଖାଯାଇଛି ।

୧୯୯୦ ଦଶକରୁ ମାଳଦ୍ୱୀପ ସରକାର ଅନ୍ୟ ଦୁଇଟି କୃତ୍ରିମ ଦ୍ୱୀପ ମଧ୍ୟ ନିର୍ମାଣ କରିଛନ୍ତି - ଥିଲାଫୁଶି ଏବଂ ଗୁଲଫିଫାହୁଆ । ଏଗୁଡିକ ବର୍ତ୍ତମାନ ଶିଳ୍ପ କ୍ଷେତ୍ର ଭାବରେ ବ୍ୟବହୃତ ହେଉଛି । ‘ନାସା’ର ରିପୋର୍ଟ ଅନୁସାରେ ସମୁଦ୍ର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ମାଳଦ୍ୱୀପ ସରକାର ଅନ୍ୟ ଦେଶରେ ଅଧିକ ଜମି କିଣିବା ପାଇଁ ଯୋଜନା କରୁଥିବା ବେଳେ ଏହି କୃତ୍ରିମ ଦ୍ୱୀପପୁଞ୍ଜଗୁଡ଼ିକ ଆଶାର  କିରଣ ହେବ । ଆଗରୁ ଏପରି କୃତ୍ରିମ ଦ୍ୱୀପପୁଞ୍ଜ ମାଳଦ୍ୱୀପ ସହ ଅନ୍ୟସ୍ଥାନରେ ବିକାଶ ଆଣିଦେଇଛି ।

ଯେତେବେଳେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ  ଦ୍ୱୀପପୁଞ୍ଜ ନଷ୍ଟ ହୋଇଯାଏ, ସେତେବେଳେ ସମୁଦ୍ର ତଟରେ ବହୁ ପରିମାଣର ପଙ୍କ ଜମା ହୋଇଥାଏ । ଏହି କୃତ୍ରିମ ଦ୍ୱୀପପୁଞ୍ଜକୁ ଉଚ୍ଚ କରିବା ପାଇଁ ଏହି ପଙ୍କ ବ୍ୟବହାର କରାଯାଇପାରିବ । ଦ୍ୱିତୀୟତଃ ଏଠାରେ କୃତ୍ରିମ ଉପାୟରେ ପ୍ରବାଳ ଉତ୍ପାଦନ କରାଗଲେ ସେମାନେ ମଧ୍ୟ ପଙ୍କ ପ୍ରସ୍ତୁତ କରିଥାନ୍ତି ।

ଅକଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନୀ ମୁରେ ଫୋର୍ଡ କହିଛନ୍ତି- “ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦ୍ୱୀପପୁଞ୍ଜ ସ୍ଥିର ନୁହେଁ । ମହାସାଗରୀୟ ପ୍ରକ୍ରିୟା ଦ୍ବାରା ଏଗୁଡିକ କ୍ରମାଗତ ଭାବରେ ପୁନଃ ପ୍ରକାଶିତ ହୋଇଥାଏ । ତଥାପି ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଏହି କୃତ୍ରିମ ଦ୍ୱୀପପୁଞ୍ଜରେ ଅଧିକ ମଣିଷ ରହିବା ଦ୍ବାରା ସେମାନଙ୍କର ପ୍ରାକୃତିକ ବିକାଶରେ ବାଧା ସୃଷ୍ଟି କରିଥାଏ ଯାହାଦ୍ବାରା ପରବର୍ତ୍ତୀ ସମୟରେ ସମୁଦ୍ର ପତ୍ତନ ବୃଦ୍ଧି ପାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe