କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ : ‘ଖୁବ୍‌ କମ୍‌ ସାମଗ୍ରୀରେ ବିତୁଛି ଦିନଚର୍ଯ୍ୟା’

Advertisment
କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ : ‘ଖୁବ୍‌ କମ୍‌ ସାମଗ୍ରୀରେ ବିତୁଛି ଦିନଚର୍ଯ୍ୟା’

‘ସାରାବିଶ୍ବରେ ଏବେ କରୋନା ଆତଙ୍କ। ମୃତ୍ୟୁର ବିଭୀଷିକା ଖେଳାଇ ଏହା ଯେମିତି ଆଗକୁ ମାଡ଼ି ଚାଲିଛି। ତେବେ, ଏହାକୁ ନେଇ ଆମେ ବିଚଳିତ ହେବାନାହିଁ କି ଆଦୌ ହାଲୁକା ଭାବରେ ମଧ୍ୟ ନେବାନାହିଁ।' ନିଜର ଅନୁଭବ ବାଣ୍ଟି ଏଭଳି ନିବେଦନ କରିଛନ୍ତି ୟୁକେ ମଞ୍ଚେଷ୍ଟରରେ ରହୁଥିବା ସମ୍ବଲପୁରର ମମତା ପ୍ରଧାନ।

ମମତାଙ୍କ ସ୍ବାମୀ ଡା. ସନ୍ଦୀପ ନାଏକ ନର୍ଥ ମଞ୍ଚେଷ୍ଟର ଜେନେରାଲ ହସପିଟାଲରେ ସିନିଅର କନ୍ସଲଟାଣ୍ଟ ଅଛନ୍ତି। ସେ ହସ୍ପିଟାଲର ଆଇସିୟୁ ଦାୟିତ୍ବରେ ଅଛନ୍ତି। ତାଙ୍କର ୧୨ ବର୍ଷର ପୁଅଟିଏ ଅଛି। କରୋନାଜନିତ ପରିସ୍ଥିତି ସଂପର୍କରେ ସେ କହିଛନ୍ତି ଯେ,' କ‌ରୋନା ଆକ୍ରାନ୍ତମାନେ ଯେଉଁଭଳି ଭାବରେ କଷ୍ଟ ଭୋଗୁଛନ୍ତି ଏବଂ ପ୍ରାଣ ହରାଉଛନ୍ତି ତାହା ଶୁଣି ଛାନିଆଁ ଲାଗୁୁଛି। ସ୍ବାମୀ ଶ୍ରୀ ନାଏକ ସକାଳୁ ବାହାରି ହସପିଟାଲ୍‌କୁ ଯାଇ ସେଠାରୁ ବିଳମ୍ବ ରାତିରେ ‌େଫରୁଛନ୍ତି। ଏପରିକି କେବେକେବେ ନଫେରି ହସ୍‌ପିଟାଲରେ ମଧ୍ୟ ରହିଯାଉଛନ୍ତି। ମୋତେ ପାଖ ଦୋକାନରୁ କ୍ଷୀର, ଅଣ୍ଡା, ପାଉଁରୁଟି ଆଣିବାକୁ ପଡ଼ୁଛି। ଖୁବ୍‌ କମ୍‌ ସାମଗ୍ରୀରେ ଜୀବନ ବିତୁଛି। ' ଏଥିସହିତ, 'ଅସୁସ୍ଥ ବ୍ୟକ୍ତି, କରୋନା ପାଇଁ ଆଇସୋ‌ଲେସନରେ ଥିବା ବ୍ୟକ୍ତି ଏବଂ ବୟସ୍କଙ୍କ ପାଇଁ ଆବଶ୍ୟକ ସାମଗ୍ରୀର ଯଥା ସମ୍ଭବ ହୋମ୍‌ ଡେଲିଭରି ହେଉଛି। ପୁଅ ଅନ୍‌ଲାଇନରେ ପାଠ ପଢ଼ୁଥିବା କହିଛନ୍ତି ଶ୍ରୀମତୀ ପ୍ରଧାନ।

(ନର୍ଥ ମଞ୍ଚେଷ୍ଟରରେ ରହୁଥିବା ମମତା ପ୍ରଧାନଙ୍କ ସହ ବାର୍ତ୍ତାଳାପ କରିଥିଲେ ସମ୍ବଲପୁର 'ସମ୍ବାଦ'ର ବରିଷ୍ଠ ସହସଂପାଦକ ଲକ୍ଷ୍ମୀନାରାୟଣ ହୋତା)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe