ଅନ୍ୟ ଏକ ଦେଶକୁ ଯିବାକୁ ଉବେର୍‌ ବୁକ୍‌ କଲେ ଯୁବକ, ତୁରନ୍ତ ଫୋନ୍‌ କଲେ ଡ୍ରାଇଭର୍‌

Advertisment
ଅନ୍ୟ ଏକ ଦେଶକୁ ଯିବାକୁ ଉବେର୍‌ ବୁକ୍‌ କଲେ ଯୁବକ, ତୁରନ୍ତ ଫୋନ୍‌ କଲେ ଡ୍ରାଇଭର୍‌

ନୂଆଦିଲ୍ଲୀ: ଆପଣ ‌ଯଦି କେବେ ଓଲା କିମ୍ବା ଉବେର ବୁକ୍‌ କରିଥିବେ ତ କେତେ କିଲୋମିଟର୍‌ ପର୍ଯ୍ୟନ୍ତି କରିଥିବ‌େ କୁହନ୍ତୁ ତ। ୨୦, ୫୦ କିମ୍ବା ଅତିବେଶିରେ ୧୦୦ କିଲୋମିଟରର ରାସ୍ତା ପାଇଁ ଆପଣ କ୍ୟାବ୍‌ ବୁକ୍‌ କରିଥିବେ। ମାତ୍ର ଜଣେ ଯୁବକ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଉବେର୍‌ ବୁକ୍‌ କରିବା କଥା ଏକ ଆଶ୍ଚର୍ଯ୍ୟଜନକ ଘଟଣା ନିହାତି।

ଜାଣିବାକୁ ମିଳିଛି ଯେ ଯୁବକ ଜଣକ ବ୍ରିଟେନ୍‌ରୁ ଡେନ୍‌ମ‌ାର୍କ ପର୍ଯ୍ୟନ୍ତ ଉବେର୍‌ ବୁକ୍‌ କଲେ। ସମୁଦାୟ କିଲୋମିଟର ହେଉଛି ୧୮୦୮। ସେ କେବେ ଭାବି ବି ନଥିଲେ ଯେ ତାଙ୍କ ବୁକିଂ ସଫଳ ହେବ ବୋଲି। ସେ ନିଜର ଉତ୍ସୁକତା ହେତୁ ଜାଣିବା ପାଇଁ କେବଳ ଏହି ବୁକିଂ କରିଥିଲେ। ଯୁବକ ଜଣକ ଜାଣିବାକୁ ଚାହୁଁଥିଲେ ଯେ ଗୋଟାଏ ଦେଶ‌ରୁ ଅନ୍ୟ ଦେଶକୁ ଉବେର ବୁକିଂ ହେଉଛି କି ନାହିଁ।

ସେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ‌ତାଙ୍କ ବୁକିଂ ସଫଳ ହୋଇଗଲା। ଉବେର ଡ୍ରାଇଭର୍‌ ଜଣକ ବୁକିଂ ପାଉ ପାଉ ତୁରନ୍ତ କଲ୍‌ କରିଥିଲେ। କଲ୍‌ ପାଇବା ମାତ୍ରେ ଯୁବକ ଜଣକ ରାଇଡ୍‌ କ୍ୟାନ୍‌ସଲ କରିଦେଲେ।  ଗାଡ଼ି ଭଡ଼ା ଖୁବ୍‌ ଅଧିକ ଥିବାକୁ ରାଇଡ୍‌ କ୍ୟାନ୍‌ସଲ କରିବା କଥା ଯୁବକ ଜଣକ କହିଛନ୍ତି।

ଏହି ଯୁବକ ଜଣକ ହେଉଛନ୍ତି ଜଣେ ଟିକ୍‌ଟକ୍‌ ଷ୍ଟାର୍‌। ଟିକ୍‌ଟକ୍‌ରେ ତାଙ୍କର ୧୦ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି। ସେ ତାଙ୍କ କାହାଣୀ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ଯାହା ଏବେ ଖୁବ୍ ଜୋର୍‌‌ରେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe