କନ୍ୟା ପକ୍ଷର ଡିମାଣ୍ଡ ଦେଖି ଭୟରେ ବିବାହ କରିବାକୁ ମନା କଲା ବର

Advertisment
କନ୍ୟା ପକ୍ଷର ଡିମାଣ୍ଡ ଦେଖି ଭୟରେ ବିବାହ କରିବାକୁ ମନା କଲା ବର

aajtak.intoday.in

ନୂଆଦିଲ୍ଲୀ: ଭାରତରେ ବିବାହ ସମୟରେ ବରପକ୍ଷକୁ ‌ଯୌତୁକ ଆକାରରେ କନ୍ୟାପକ୍ଷ ଟଙ୍କା ଦେଇଥାନ୍ତି। କିଛି ଲୋକ ଟଙ୍କା ଦେଉଥିବା ବେଳେ କିଛି ସେହି ଟଙ୍କାରେ ଉପହାର କିଣି ଦେଇଥାନ୍ତି। ଏହାକୁ ବେଆଇନ ବୋଲି ଘୋଷଣା କରାଯିବା ପରେ ମଧ୍ୟ ଭାରତରେ ଲୋକେ ଏହି ପ୍ରଥାକୁ ପାଳନ କରି ଆସୁଛନ୍ତି। ତେବେ ଭାରତରେ ଏଭଳି ପ୍ରଥା ରହିଥିବା ବେଳେ ନାଇଜେରିଆରେ ଏହାର ଠିକ୍ ଓଲଟା ପ୍ରଥା ରହିଛି।

दुल्हन के घरवालों की डिमांड से घबराकर दूल्हे ने तोड़ा रिश्ता

ଏଠାରେ ବିବାହ କରିବା ପୂର୍ବରୁ ବରପକ୍ଷ କନ୍ୟାପକ୍ଷକୁ ‌‌ଯୌତୁକ ଦେଇଥାନ୍ତି। ବିବାହ ପୂର୍ବରୁ କନ୍ୟାକୁ ଉପହାର ଆକାରରେ କିଛି ଟଙ୍କା ବା କିଛି ଜିନିଷ ଉପହାର ଆକାରରେ ଦେବାକୁ ପଡ଼ିଥାଏ। ତେବେ ନାଇଜେରିିଆର ଜଣେ ଯୁବକ ଏହି ପ୍ରଥାକୁ ନ ମାନିବା ସହ ବିବାହ କରିବାକୁ ସଫା ସଫା ମନା କରିଦେଇଥିବା ଜଣାପଡ଼ିଛି।

दुल्हन के घरवालों की डिमांड से घबराकर दूल्हे ने तोड़ा रिश्ता aajtak.intoday.in

ମିଳିଥିବା ସୂଚନା ମୁତାବକ, ନାଇଜେରିଆରେ ରହୁଥିବା ଏଣ୍ଡେରସନଙ୍କ ବିବାହ ଠିକ୍ କରାଯାଇଥିବା ବେଳେ କନ୍ୟାପକ୍ଷର ଡିମାଣ୍ଡ ଦେଖି ସେ ଏବେ ବିବାହ କରିବାକୁ ମନା କରିଦେଇଛନ୍ତି। ମୁଁ ଖର୍ଚ୍ଚ ଉଠାଇବାକୁ ଅସମର୍ଥ। ଯିଏ ଏତେ ଖର୍ଚ୍ଚ ଉଠାଇପାରିବ, ତାକୁ ବିବାହ କରିିନିଅ ବୋଲି କହି ଏଣ୍ଡେରସନ ବିବାହ କରିବାକୁ ମନା କରିଥିବା ଜଣାପଡ଼ିଛି। ଏହା ସହ ସେ ସୋସିଆଲ ମିଡିଆରେ କନ୍ୟାପକ୍ଷରୁ ଦିଆଯାଇଥିବା ଜିନିଷର ସୂଚୀକୁ ସେୟାର କରିଛନ୍ତି। ଯେଉଁଥିରେ କନ୍ୟା ସହ କନ୍ୟାର ମା’ଙ୍କ ପାଇଁ ମଧ୍ୟ ଉପହାର ଦେବା ପାଇଁ ଜିନିଷର ନାଁ ଲେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe