ନିଜର ଉପସ୍ଥିତ ବୁଦ୍ଧି ହେତୁ ବଞ୍ଚିଲା ବ୍ୟକ୍ତିଙ୍କ ଜୀବନ

Advertisment
ନିଜର ଉପସ୍ଥିତ ବୁଦ୍ଧି ହେତୁ ବଞ୍ଚିଲା ବ୍ୟକ୍ତିଙ୍କ ଜୀବନ

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଯଦି କୌଣସି କାମରେ ବାହାରିଛନ୍ତି, ୫ମିନିଟ ବି ଅପେକ୍ଷା କରିବାକୁ ପ୍ରସ୍ତୁତ ନଥାଆନ୍ତି। ଏମିତି କି ସେମାନେ ଟ୍ରାଫିକ ସିଗନାଲ ଓ ରେଳ କ୍ରସିଂ ଆଦି ସ୍ଥାନମାନଙ୍କରେ ବି କିଛି ସମୟ ପାଇଁ ସ୍ଥିର ହୋଇ ଛିଡ଼ା ହୋଇ ପାରନ୍ତି ନାହିଁ। ଯଦ୍ବାରା ଏମିତି ଲୋକ ସର୍ବଦା ଅସୁବିଧାର ସମ୍ମୁଖୀନ ହେବା ସହିତ ଦୁର୍ଘଟଣାର ବି ଶିକାର ହୋଇଥାଆନ୍ତି। ।

ନିକଟରେ ବିହାରର ଭାଗଲପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ଶୀଘ୍ର ରେଳଧାରଣା ଅତିକ୍ରମ କରିବାକୁ ଯାଇ ନିଜ ଜୀବନକୁ ବିପଦରେ ପକାଇଥିଲେ। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି।

ଏହି ଭାଇରାଲ ଭିଡିଓଟି ଭାଗଲପୁରର କହଲଗାଁ ରେଳ ଷ୍ଟେସନର କୁହାଯାଉଛି। ଯେଉଁଠାରେ ଓଭରବ୍ରିଜ ଦେଇ ଅନ୍ୟ ପ୍ଲାଟଫର୍ମକୁ ଯିବା ପରିବର୍ତ୍ତେ ଜଣେ ବ୍ୟକ୍ତି ରେଳଧାରଣା ପାର ହେବା ପାଇଁ ସେଠାରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ ତଳ ଦେଇ ଅନ୍ୟପଟକୁ ଯିବାକୁ ଚେଷ୍ଟା କରୁଛନ୍ତି। ଠିକ ଏତିକି ବେଳେ ଟ୍ରେନଟି ଯାତ୍ରା ଆରମ୍ଭ କରି ଦେଇଥିଲା। ସୌଭାଗ୍ୟବଶତଃ ବ୍ୟକ୍ତିଜଣକ ଉପସ୍ଥିତ ବୁଦ୍ଧି ଖଟାଇ ରେଳଧାରଣା ମଝିରେ ଟ୍ରେନ ତଳେ ଶୋଇପଡ଼ିଥିଲେ, ଟ୍ରେନଟି ତାଙ୍କ ଉପର ଦେଇ ଅତିକ୍ରମ କରିବା ପରେ ସେ ଉଠିଥିଲେ।

ଟ୍ରେନଟି ଯିବା ମାତ୍ରେ ସେ ସଙ୍ଗେ ସଙ୍ଗେ ଠିଆ ହୋଇ ସେଠାରୁ ଚାଲି ଆସିଥିଲେ। ଘଟଣାସ୍ଥଳରେ ଥିବା ଲୋକମାନେ ଏ ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ। କିଛି  ଦେଖଣାହାରୀ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପ‌ରେ ଭାଇରାଲ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe