Moneycontrol
ନୂଆଦିଲ୍ଳୀ: ଭାରତୀୟ ରେଳବାଇର ମହାନତା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଜଣେ ପୁଅ ରେଳରେ ଯାତ୍ରା କରୁଥିବା ନିଜ ମାଆ ସହ ଯୋଗାଯୋଗ କରିପାରୁନଥିବା ବେଳେ ଭାରତୀୟ ରେଳବାଇ ମହିଳାଙ୍କ ସଂପର୍କରେ ସଂପୂର୍ଣ୍ଣ ସୂଚନା ପ୍ରଦାନ କରି ପୁଅକୁ ଆଶ୍ୱସ୍ତ କରାଇଥିବା କଥା ଏବେ ଚର୍ଚ୍ଚାର ପରିସରକୁ ଆସିଛି।
ଜାଣିବାକୁ ମିଳିଛି ଯେ ଅରମୈର୍-ସିଆଲ୍ଦା ଏକ୍ସପ୍ରେସରେ ଶିଲା ପାଣ୍ଡେ ନାମକ ଜଣେ ମହିଳା ଯାତ୍ରା କରୁଥିଲେ। ମହିଳାଙ୍କ ସହ ତାଙ୍କ ପୁଅର ଯୋଗାଯୋଗ ହୋଇନପାରିବାରୁ ମହିଳାଙ୍କ ପୁଅ ବିବ୍ରତ ହୋଇ ପଡ଼ିଲେ। ସେପ୍ଟମ୍ବର ୩୦ ତାରିଖରେ ଅଧାବାଟରେ ଥିବା ଏହି ଏକ୍ସପ୍ରେସଟି ୧୨ ଘଣ୍ଟା ବିଳମ୍ବରେ ଚାଲୁଥିବା ବେଳେ ନିଜ ମାଆ ସହ ଯୋଗାଯୋଗ ହୋଇନପାରିବା କାରଣରୁ ବ୍ୟସ୍ତ ହୋଇ ପଡ଼ିଥିଲେ ଶାଓ୍ଵନ୍ତ।
ସେ ଶେଷରେ ଟ୍ଵିଟର୍ ସାହାଯ୍ୟ ନେଇ ଭାରତୀୟ ରେଳ ବିଭାଗକୁ ଉଦେଶ୍ୟରେ ଏକ ଟ୍ଵିଟ୍ କରିଥିଲେ। ଟ୍ଵିଟ୍ କରି ଶାଓ୍ଵନ୍ତ ଲେଖିଥିଲେ, ‘ସାର୍, ମୁଁ ମୋ ମାଆ ଶିଲା ପାଣ୍ଡେଙ୍କ ସହ ଯୋଗାଯୋଗ କରିପାରୁ ନାହିଁ। ସେ ଅରମୈର୍-ସିଆଲ୍ଦା ଏକ୍ସପ୍ରେସ ୧୨୯୮୮ର କୋଚ ଏସ୍୫ରେ ୨୮ ତାରିଖରୁ ଯାତ୍ରା ଭରିଛନ୍ତି। ଟ୍ରେନ୍ଟି ୧୨ ଘଣ୍ଟା ବିଳମ୍ବରେ ଚାଲୁଛି। ଦୟାକରି ମୋତେ ଜଣାନ୍ତୁ ଯେ ମୋ ମାଆ ସେଠାରେ ସୁରକ୍ଷିତ ଅଛନ୍ତି।’
ଶାଓ୍ଵନ୍ତଙ୍କ ଟ୍ଵିଟ୍ଟି ଦେଖିବା ପରେ ଭାରତୀୟ ରେଳ ବିଭାଗ ପକ୍ଷରୁ ତୁରନ୍ତ ତତ୍ପରତା ପ୍ରକାଶ ପାଇଥିଲା। ରେଳ ବିଭାଗ ଟ୍ଵିଟ୍ର ଜରିଆରେ ଶାଓ୍ଵନ୍ତ ତାଙ୍କ ମାଆଙ୍କ ସଂପର୍କିତ ଅନ୍ୟାନ୍ୟ ତଥ୍ୟ ମାଗି ଶେଷରେ ତାଙ୍କ ମାଆ ସୁରକ୍ଷିତ ଥିବା କଥା ଶାଓ୍ଵନ୍ତଙ୍କୁ ସୂଚନା ଦେଇଥିଲେ। ଶାଓ୍ଵନ୍ତ ନିଜ ମାଆଙ୍କ ବିଷୟରେ ଜାଣିବା ପରେ ଭାରତୀୟ ରେଳ ବିଭାଗ ଓ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।
Follow Us