ନୂଆଦିଲ୍ଳୀ: ଭାଇଭଉଣୀ ସଂପର୍କକୁ ଆମେ ଦୁନିଆର ସବୁଠାରୁ ପବିତ୍ର ସଂପର୍କ ବୋଲି ମାନିଥାଉ। ହେଲେ ନିକଟରେ ହସ୍ତଗତ ହୋଇଥିବା ଏକ ଖବର ଆପଣଙ୍କୁ ଚକିତ କରିଦେବ ନିଶ୍ଚୟ । ଜଣେ ବ୍ୟକ୍ତି ୬ ବର୍ଷ ହେଲା ବିବାହ କରିବା ପରେ ଜାଣିବାକୁ ପାଇଛନ୍ତି ଯେ ପତ୍ନୀ ହେଉଛନ୍ତି ତାଙ୍କର ରକ୍ତର ଭଉଣୀ। ପୁଣି ସେମାନଙ୍କର ୨ ପିଲା ବି ଅଛନ୍ତି।
ତେବେ ଆଚମ୍ବିତ କରିବା ପରି କଥା ହେଉଛି ବ୍ୟକ୍ତି ଜଣକ ବିବାହ ସମୟରେ ନିଜେ ବି ଜାଣିନଥିଲେ ଯେ ପତ୍ନୀ ତାଙ୍କର ନିଜ ମାଆ ପେଟର ଭଉଣୀ ବୋଲି। ସେ ବିବାହର ୬ ବର୍ଷ ପରେ ଏହି କଥା ଜାଣିବାକୁ ପାଇଛନ୍ତି।
ନିକଟରେ ବ୍ୟକ୍ତିଙ୍କ ପତ୍ନୀଙ୍କର କିଡିନୀ ରୋଗ ଦେଖାଦେବା ପରେ ଡାକ୍ତର ତାଙ୍କୁ କିଡ୍ନୀ ପ୍ରତିରୋପଣ କରିବାକୁ ପରାମର୍ଶ ଦେଲେ। ବ୍ୟକ୍ତି ଜଣକ ବହୁତ ଖୋଜାଖୋଜି କରି କିଡ୍ନୀ ଯୋଗାଡ଼ ନକରି ପାରିବାରୁ ଶେଷରେ ନିଜେ କିଡ୍ନୀ ଦେବାକୁ ଚିନ୍ତା କଲେ। ଡାକ୍ତରଙ୍କୁ ତାଙ୍କ କିଡ୍ନୀର ପରୀକ୍ଷା କରିବାକୁ କହିଲେ। ଡାକ୍ତର ପରୀକ୍ଷା କରି ଚକିତ ହୋଇଗଲେ ତାଙ୍କ କିଡ୍ନୀ ତାଙ୍କ ପତ୍ନୀଙ୍କ ଶରୀରରେ ଖୁବ୍ ଭଲ ଭାବେ ମ୍ୟାଚ୍ ହୋଇଗଲା, ଯାହାକି ବିଶେଷ କରି ରକ୍ତ ସଂପର୍କ କ୍ଷେତ୍ରରେ ହୋଇଥାଏ।
ବହୁ ଖୋଳାଖୋଳି କରିବାକୁ ଜଣାପଡ଼ିଲା ଯେ ଉଭୟ ପତି-ପତ୍ନୀ ହେଉଛନ୍ତି ନିଜ ମାଆ ପେଟର ଭାଇ ଓ ଭଉଣୀ। ବ୍ୟକ୍ତି ଜଣଙ୍କୁ ପିଲାଟି ଦିନରୁ ଅନ୍ୟ ଜଣେ ପୋଷ୍ୟ ସନ୍ତାନ କରି ନେଇ ଯାଇଥିଲେ। ନେବା ସମୟରେ ପରିଚୟ ଗୋପନ ରଖାଯାଇଥିବାରୁ ବଡ଼ ହେବା ପରେ ବି ଜଣାପଡ଼ି ନଥିଲା ଯେ ଯାହା ସହ ତାଙ୍କର ବିବାହ ପ୍ରସ୍ତାବ ପଡ଼ିଛି ସେ ତାଙ୍କ ଭଉଣୀ ବୋଲି।
ସେମାନେ ବିବାହ କରି ୬ ବର୍ଷ ହେବ ସଂସାର କରୁଛନ୍ତି। ସେମାନଙ୍କର ପିଲା ବି ଅଛନ୍ତି। ଏବେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କୁ ପଛକୁ ନଫେରି ଆଗକୁ ସଂସାର କଥା ଚିନ୍ତା କରିବାକୁ ପରାମର୍ଶ ଦେଉଛନ୍ତି।
Follow Us