ଗାଡ଼ି ଚଳାଉଥିବା ସମୟରେ ଚାଳକ ହାତରେ ଚଢ଼ିଗଲା ବିଷଧର ସାପ, ଏହାପରେ କ’ଣ ହେଲା ଜାଣନ୍ତୁ

Advertisment
ଗାଡ଼ି ଚଳାଉଥିବା ସମୟରେ ଚାଳକ ହାତରେ ଚଢ଼ିଗଲା ବିଷଧର ସାପ, ଏହାପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଆପଣ କାର ଚଳାଇଉଛନ୍ତି , ଧ୍ୟାନ ଆପଣଙ୍କ ରାସ୍ତା ଓ ଗାଡ଼ି ଉପରେ ରହିଛି। ଏହି ସମୟରେ ଆପଣ ଜାଣିବାକୁ ପାଇଲେ କି ଗାଡ଼ି ଭିତରେ ଏକ ବିଷଧର ସାପ ଅଛି। ତେବେ ଆପଣଙ୍କ ଅବସ୍ଥା ସେତେବେଳେ କ’ଣ ହେବ ବୋଲି ଭାବି ପାରୁଛନ୍ତି। ନିକଟରେ ବାସ୍ତବରେ ଅଷ୍ଟ୍ରେଲିଆରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନକୁ ଆସିଛି।

publive-image

ଅଷ୍ଟ୍ରେଲିଆର ଜଣେ କନଷ୍ଟ୍ରକସନ୍‌ ଓ୍ଵାର୍କରଙ୍କ ସହିତ ଏଭଳି ଏକ ଘଟଣା ଘଟିଛି। ସେ ଗାଡ଼ି ଚଳାଉଥିବା ସମୟରେ ଗାଡ଼ି ଭିତରେ ଏକ ସାପ ଥିବା ଭଳି ତାଙ୍କୁ ଲାଗିଲା। ସେ କିଛି ବୁଝିବା ପୂର୍ବରୁ ଆକସ୍ମିକ ଭାବେ ତାଙ୍କ ହାତ ଉପରେ ବିଷଧର ସାପ ଚଢ଼ି ଯାଇଥିଲା। ଏହାପରେ ସେ କ’ଣ କରିବେ କିଛି ଜାଣି ପାରି ନଥିଲେ । ଗାଡ଼ିର ଦ୍ୱାର ଖୋଲି ବାହାରିବେ କିପରି ତାହା ବି ତାଙ୍କ ମୁଣ୍ଡକୁ ଜୁଟୁ ନଥିଲା। ସେ ଗୋଟାପଣି ଥରିବାକୁ ଲାଗିଥିଲେ । କିଛିସମୟ ପରେ ମନକୁ ଦୃଢ଼ କରିଲେ, ସାପଟି କୌଣସି ଆଘାତ ଦେଲେ ନାହିଁ। ଏହାପରେ ସେ ସାହାସ ଜୁଟାଇ ପେସାଦାର ସାପ ଧରାଳିଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳକୁ ସାପ ଧରାଳି ଦଳ ଆସି ପହଞ୍ଚି ସାପକୁ ଧରିବା ପାଇଁ ଉଦ୍ଧାର କାଯ୍ୟ ଆରମ୍ଭ କଲେ। ଗାଡ଼ି ଭିତରୁ ସାପକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

publive-image

ତେବେ ଏହି ଘଟଣାର ପୁରା ଭିଡିଓ କ୍ୟାମେରାରେ କୈଦ ହୋଇଛି। କାର ଭିତରୁ ମିଳିଥିବା ସାପଟି ଇଷ୍ଟର୍ଣ୍ଣ ବ୍ରାଉନ୍‌ ପ୍ରଜାତିର, ଏହି ସାପର ବିଷ ଖୁବ୍‌ ମାରାତ୍ମକ ହୋଇଥାଏ ବୋଲି ଜଣାପଡ଼ିଛି। ଯାହାକୁ ଥରେ କାମୁଡେ ତାହାର ବଞ୍ଚିବା ଅସମ୍ଭବ ହୋଇଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe