ଭଲ ଅବସ୍ଥାରେ ମିଳିଲା ୧୦ ମାସ ତଳେ ନଦୀରେ ଖସି ପଡ଼ିଥିବା ଫୋନ୍‌

ଭଲ ଅବସ୍ଥାରେ ମିଳିଲା ୧୦ ମାସ ତଳେ ନଦୀରେ ଖସି ପଡ଼ିଥିବା ଫୋନ୍‌

zeenews.india.com

ନୂଆଦିଲ୍ଲୀ: ଥରେ ଭାବନ୍ତୁ ତ ଏକ ଫୋନ୍‌ ଯଦି ୧୦ ମାସ ଧରି ପାଣିରେ ପଡ଼ି ରହିବ ତାପରେ ତାହାର ଅବସ୍ଥା କିପରି ଥିବ? ସେ ଫୋନ୍‌ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନଥିବ। ମାତ୍ର ଆମେ ଆପଣଙ୍କୁ ଆଜି ଏପରି ଏକ କଥା କହିବୁ ଯେଉଁଥି‌ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାହାଣୀଟି ହେଉଛି ଇଂଲଣ୍ଡର। ଜଣେ ବ୍ୟକ୍ତି ପ୍ରାୟ ୧୦ ମାସ ତଳେ ତାଙ୍କ ଆଇଫୋନ୍‌କୁ ନଦୀରେ ଖସାଇ ଦେଇଥିଲେ। ତାପରେ ବ୍ୟକ୍ତି ଜଣକ ଫୋନ୍‌ଟିକୁ ସବୁଦିନ ପାଇଁ ହରାଇ ଦେଲେ ବୋଲି ଚିନ୍ତା କରି ଘରକୁ ଫେରିଗଲେ। ମାତ୍ର କିଛି ମାସ ତଳେ ଏକ ଫେସ୍‌ବୁକ୍‌ ପୋଷ୍ଟ୍‌ ଜରିଆରେ ତାଙ୍କ ଫୋନ୍‌ ବିଷୟରେ ସୂଚନା ପାଇବା ପରେ ତାଙ୍କର ଖୁସିର ସୀମା ରହିଲା ନାହିଁ।

ବିବିସିର ତଥ୍ୟ ଅନୁସାରେ, ୨୦୨୧ ମସିହାରେ ଇଂଲଣ୍ଡ‌ରେ ଆୟୋଜିତ ହୋଇଥିବା ଏକ ବ୍ୟାଚ୍‌ଲର୍‌ ପାର୍ଟି ସମୟରେ ବ୍ୟକ୍ତିଙ୍କ ଫୋନ୍‌ଟି ନଦୀରେ ଖସି ପଡ଼ିଥିଲା। ସେହି ନଦୀରୁ ଫୋନ୍‌ ଖୋଜି ତାହାକୁ ପୁଣି ଥରେ ବ୍ୟବହାର କରିବା ନିହାତି ଭାବେ ଏକ ଅସମ୍ଭବ କଥା ଭାବି ସେ ସେଠାରେ ସମୟ ନଷ୍ଟ ନକରି ଫେରି ଯାଇଥି‌ଲେ। ମାତ୍ର କିଛି ମାସ ପରେ ଫୋନ୍‌ଟି ଆଉ ଜଣେ ବ୍ୟକ୍ତିଙ୍କ ହାତରେ ଲାଗିଲା। ଫୋନ୍‌ ପାଇଥିବା ବ୍ୟକ୍ତି ଜଣକ ଫୋନ୍‌ଟିକୁ ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରି ତାହାର ପ୍ରକୃତ ମାଲିକ କିଏ ଜାଣିବାକୁ ଚାହିଁଥିଲେ।

ତାପରେ ଯୋଗାଯୋଗ ହୋଇ ଫୋନ୍‌ଟି ତାଙ୍କ ମାଲିକଙ୍କୁ ମିଳିଥିଲା। ଈଶ୍ବରଙ୍କ କୃପାରୁ ଫୋନ୍‌ଟିରେ ଅନ୍ୟ ସାମୟିକ ସମସ୍ୟା ଦେଖା ଦେଇଥିଲେ ବି ବ୍ୟକ୍ତି ଜଣଙ୍କର ତାଙ୍କର ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଫେରି ପାଇଥିବାରୁ ବେଶ୍‌ ଖୁସି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe