ପତ୍ନୀଙ୍କୁ ସମୁଦ୍ର ଭିତରୁ ଉଦ୍ଧାର କରିବା ପାଇଁ ସାର୍କ ସହିତ ଲଢ଼ି ଜୀବନ ବଞ୍ଚାଇଲେ ସ୍ୱାମୀ

ପତ୍ନୀଙ୍କୁ ସମୁଦ୍ର ଭିତରୁ ଉଦ୍ଧାର କରିବା ପାଇଁ ସାର୍କ ସହିତ ଲଢ଼ି ଜୀବନ ବଞ୍ଚାଇଲେ ସ୍ୱାମୀ

ନୂଆଦିଲ୍ଲୀ: ଆପଣ ହୁଏତ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ବିଷୟରେ ଅନେକ ରୋଚକ କାହାଣୀ ଶୁଣିଥିବେ, କିନ୍ତୁ ଅଷ୍ଟ୍ରେଲିଆରୁ ଏପରି ଏକ ଘଟଣା ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବଞ୍ଚାଇବା ପାଇଁ ବିନା ଅସ୍ତ୍ରରେ ସାର୍କ ସହିତ ସଂଘର୍ଷ କରିଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର ଏକ ଦମ୍ପତି ନ୍ୟୁ ସାଉଥ ୱେଲ୍‌ସ ପ୍ରଦେଶର ପୋର୍ଟ ମେକରିନ୍‌ର ଶେଲି ଉପକୂଳକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ପତ୍ନୀ ସନ୍ତରଣ କରିବାକୁ ଇଚ୍ଛା ପ୍ରକାଶ କରିଥିବାବେଳେ ସ୍ୱାମୀ ସମୁଦ୍ର କୂଳରେ ବସି ରହିଥିଲେ। ମହିଳା ଜଣକ ସମୁଦ୍ରକୁ ଯାଇ ସନ୍ତରଣ କରୁଥିବା ବେଳେ ହଠାତ ସେ ସମୁଦ୍ର ଭିତରକୁ ଚାଲିଯାଇଥିଲେ। ସେହି ସ୍ଥାନରେ ଏକ ବିପଜ୍ଜନକ ସାର୍କ ବୁଲୁଥିଲା। ପାଣିରେ ସନ୍ତରଣ କରୁଥିବା ବେଳେ ମହିଳାଙ୍କୁ ଦେଖି ସାର୍କ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ମହିଳା ଜଣକ ସାହାଯ୍ୟ ପାଇଁ ପାଟି କରିଥିଲେ, କିନ୍ତୁ ସାର୍କକୁ ଦେଖି ଭୟରେ ମହିଳାଙ୍କୁ ଉଦ୍ଧାର କରିବାକୁ ଯିବାକୁ କେହି ସାହାସ କରି ନଥିଲେ।

ଏହି ଘଟଣା ଦେଖି ମହିଳାଙ୍କ ସ୍ୱାମୀ ବିଚଳିତ ହୋଇପଡ଼ିଥିଲେ। କ’ଣ କରିବେ କିଛି ବୁଝି ନପାରି ମନରେ ସାହାସ ବାନ୍ଧି ପତ୍ନୀଙ୍କୁ ବଞ୍ଚାଇବା ପାଇଁ ସମୁଦ୍ର ଭିତରକୁ ଡେଇଁ ପଡ଼ିଥିଲେ। ପତ୍ନୀଙ୍କ ଗୋଡ଼କୁ ଧରିଥିବା ସାର୍କ ମୁଣ୍ଡକୁ ପାହର ଉପରେ ପାହାର ଦେଇ ଚାଲିଥିଲେ। ଯେପର୍ଯ୍ୟନ୍ତ ସେ ପତ୍ନୀଙ୍କ ଗୋଡ଼କୁ ଛାଡ଼ି ନଥିଲା। ଶେଷରେ ସାର୍କଟି ପ୍ରାଣବିକଳରେ ସମୁଦ୍ର ଭିତରକୁ ଚାଲି ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇଁ ଉଦ୍ଧାରକାରୀ ଦଳ ମହିଳାଙ୍କୁ ସମୁଦ୍ର ଭିତରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଡାକ୍ତରଙ୍କ କହିବାନୁସାରେ, ମହିଳାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଜୀବନ ରକ୍ଷା ପାଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe