Malayala Manorama
ନୂଆଦିଲ୍ଲୀ: ମନୁଷ୍ୟ ପୃଥିବୀକୁ ନଷ୍ଟ କରି ସାରିଲାଣି ବୋଲି କହିଲେ କିଛି ଭୁଲ ହେବ ନାହିଁ। ଏଭଳି ସ୍ଥିତି ଜାରି ରହିବା ଆଦୌ ସ୍ୱାସ୍ଥ୍ୟକର ନୁହେଁ ବୋଲି କୁହାଯାଉଛି। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏହି କଥାର ପ୍ରମାଣ ଦେଖିବାକୁ ମିଳୁଛି।
ଟୁଇଟର ବ୍ୟବହାରକାରୀ ୟାସମିନ୍ ସ୍କୋଟ ‘ପେଟରେ ପ୍ଲାଷ୍ଟିକ୍ ଭର୍ତ୍ତି ଥିବା ଏକ ମାଛ ମିଳିଛି’ କ୍ୟାପସନ୍ ଲେଖି ଏକ ଭିଡିଓ ସେୟାର କରିଛନ୍ତି। ୧ ମିନିଟ ୪୦ ସେକେଣ୍ଡର ଏହି ଭିଡିଓ ସ୍ପେନ୍ର ପ୍ଲେଆ ଦେ ଆସ ଆମେରିକାସ୍, ଟେନେରିଫ୍, କେନରି ଦ୍ୱୀପର ବୋଲି କୁହାଯାଉଛି।
India Todayଜଣେ ୩୫ବର୍ଷିୟ ମାଛଧରାଳୀ ଦୁଇଟି ଅକ୍ଟୋପସ୍ ଓ ଅନ୍ୟ ଗୋଟିଏ ମାଛ ଧରିଥିଲେ। ମାଛକୁ ଦେଖି ମାଛ ଧରାଳୀଙ୍କୁ କିଛି ଅସ୍ୱାଭାବିକ ଲାଗିଥିଲା। ମାଛ ପେଟ ଭିତରେ ସେ କିଛି ଥିବା ଅନୁଭବ କରି ତାର ପେଟକୁ କାଟି ଦେଇଥିଲେ। ମାଛଧରାଳୀ ଧରିଥିବା ମାଛର ପେଟକୁ ଯେମିତି କାଟି ଦେଇଥିଲେ ସେଥିରୁ ସଙ୍ଗେସଙ୍ଗେ ଗୁଡ଼ାଏ ପ୍ଲାଷ୍ଟିକ୍ ବାହାରି ପଡ଼ିଥିଲା।
ତେବେ ଏହି ଦୃଶ୍ୟ ଦେଖି ପ୍ରଶ୍ନ ଉଠୁଛି କି, ମାଛ ପେଟ ଭିତରେ ଏତେ ପରିମାଣର ପ୍ଲାଷ୍ଟିକ୍ ଥାଇ ବି ସେ କିପରି ଜୀବିତ ରହିଛି?
ଏହି ଦୃଶ୍ୟ ଦେଖି ଥରେ ଚିନ୍ତା କରନ୍ତୁ ତ ଏତେ ଛୋଟ ମାଛ ପେଟରେ ଯଦି ଏତେ ଗୁଡ଼ାଏ ପ୍ଲାଷ୍ଟିକ୍ ବାହାରୁଛି ତିମି ମାଛ ପେଟରେ କେତେ ପରିମାଣର ପ୍ଲାଷ୍ଟିକ୍ ବାହାରିବ? ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ମାଛପେଟରୁ ପ୍ଲାଷ୍ଟିକ୍ ବାହାରିବାର ଅନେକ ଉଦାହରଣ ଦେଖିବାକୁ ମିଳିଛି।
Follow Us