ବାପାଙ୍କ ପୁରୁଣା କାଗଜଖଣ୍ଡ ପାଇ ରାତାରାତି କୋଟିପତି ‌ହେଲେ ପୁଅ

ନିକଟରେ ବାପାଙ୍କ ୩୫ ବର୍ଷ ପୁରୁଣା କାଗଜପତ୍ର ପାଇବା ପରେ ପୁଅ କୋଟିପତି ହୋଇ ଯାଇଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୧ଲକ୍ଷ ଟଙ୍କାର ସେୟାର ୮୦କୋଟି ଟଙ୍କାରେ ପହଞ୍ଚିଛି।

wt

ନୂଆଦିଲ୍ଲୀ: କାହାର ଭାଗ୍ୟ କେତେ ବେଳେ ଖୋଲିବ ତାହା ସେହି ବିଧାତାଙ୍କୁ ହିଁ ଜଣା। ନିକଟରେ ବାପାଙ୍କ ୩୫ ବର୍ଷ ପୁରୁଣା କାଗଜପତ୍ର ପାଇବା ପରେ ପୁଅ କୋଟିପତି ହୋଇ ଯାଇଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। 

ସୋସିଆଲ ମିଡିଆ ବ୍ୟବହାରକାରୀ ତଥା ନିବେଶକ ସୌରଭ ଦତ୍ତା ଏକ ପୋଷ୍ଟ ସେୟାର କରି ଉଲ୍ଲେଖ କରିଛନ୍ତି, ‘ ରେଡିଟରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କ ୧୯୯୦ ମସିହାର ଅର୍ଥାତ ୩୫ବର୍ଷ ପୁରୁଣା କାଗଜ ପାଇଛନ୍ତି। ଏହି କାଗଜଟି ଜେଏସଡବ୍ଲ୍ୟୁ ଷ୍ଟିଲ ସେୟାରର ସାର୍ଟିଫିକେଟ ରହିଛି। ଯାହାକୁ ତାଙ୍କ ବାପା ସେ ସମୟରେ ୧ଲକ୍ଷ ଟଙ୍କାରେ କିଣିଥିଲେ। ଆଉ ଘରଲୋକଙ୍କୁ କହିବାକୁ ଭୁଲି ଯାଇଥିଲେ। ନିକଟରେ ପୁଅ ଘରର ପୁରୁଣା ଜିନିଷପତ୍ର ସଫା କରୁଥିବା ବେଳେ ବାପାଙ୍କ ଏହି ସେୟାର ସାର୍ଟିଫିକେଟଟିକୁ ପାଇଥିଲେ।

ଏହି ସେୟାର ସାର୍ଟିଫିକେଟର ବର୍ତ୍ତମାନ ବଜାର ମୂଲ୍ୟ ୮୦ କୋଟି ଟଙ୍କା ପାସଖାପାଖିରେ ପହଞ୍ଚି ଯାଇଥିବା କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe