ଭୂତ ଭୟରେ ଦୀର୍ଘ ୩୬ବର୍ଷ ‌ହେବ ମହିଳାଙ୍କ ବେଶରେ ରହିବାକୁ ପଡ଼ୁଛି

ମହିଳାଙ୍କ ଭଳି ସଜେଇ ହେବା ଘଟଣାକୁ ନେଇ ବ୍ୟକ୍ତି ଜଣକ କହିଛନ୍ତି,‘ ଏକ ଆତ୍ମା ମୋତେ ବହୁତ ହଇରାଣ କରୁଥିଲା ଏବଂ ଭୟଭୀତ ବି କରୁଥିଲା। ମୋ ମତ‌ରେ ଯଦି ମୁଁ ପୁରୁଷ ଭାବରେ ବଞ୍ଚି ରହିବି ମୋ ଜୀବନ ବିପଦରେ ପଡ଼ିପାରେ।

କପ୍୍ନପ

ନୂଆଦିଲ୍ଲୀ: ଆଧୁନିକ ଯୁଗରେ ବିଜ୍ଞାନ ଅନ୍ଧବିଶ୍ୱାସକୁ ପଛରେ ପକାଇ ଚାଲିଛି। ବିଜ୍ଞାନ କହୁଛି ଏ ଦୁନିଆରେ ଭୂତପ୍ରେତ ବୋଲି କିଛି ନାହିଁ। 

ଏହି କ୍ରମରେ ଉତ୍ତରପ୍ରଦେଶର ଜୌନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁରୁଷ ଭୂତ ଭୟରେ ଗତ ୩୬ ବର୍ଷ ଧରି ମହିଳାଙ୍କ ବେଶରେ ରହୁଛନ୍ତି। 

ଜୌନପୁର ଜିଲ୍ଲାର ଜଣେ ବାସିନ୍ଦା ତିନି ଦଶନ୍ଧିରୁ ଅଧିକ ସମୟ ଧରି ମହିଳାଙ୍କ ପରି ଶାଢ଼ି ପିନ୍ଧି ସଜେଇ ହୋଇ ରହୁଛନ୍ତି। ମହିଳାଙ୍କ ଭଳି ସଜେଇ ହେବା ଘଟଣାକୁ ନେଇ ବ୍ୟକ୍ତି ଜଣକ କହିଛନ୍ତି,‘ ଏକ ଆତ୍ମା ମୋତେ ବହୁତ ହଇରାଣ କରୁଥିଲା ଏବଂ ଭୟଭୀତ ବି କରୁଥିଲା। ମୋ ମତ‌ରେ ଯଦି ମୁଁ ପୁରୁଷ ଭାବରେ ବଞ୍ଚି ରହିବି ମୋ ଜୀବନ ବିପଦରେ ପଡ଼ିପାରେ।

ମୁଁ ତିନିଥର ବିବାହ କରିଥିଲି ଏବଂ ଦ୍ୱିତୀୟ ସ୍ତ୍ରୀ ବଙ୍ଗାଳୀ ଥିଲେ। ତାଙ୍କ ମୃତ୍ୟୁ ପରେ ମୁଁ ସର୍ବଦା ସ୍ୱପ୍ନ ଦେଖିଲି କି ତାଙ୍କ ଆତ୍ମା ମୋତେ କଷ୍ଟ ଦେଉଛି। ଏକଦା ସ୍ବପ୍ନ ଦେଖିଲି ମୁଁ ମହିଳାଙ୍କ ବେଶରେ ଅଛି । ଏହି ବେଶରେ ମୁଁ ଥିବାରୁ ଭୂତ ମୋତେ ଭୟଭୀତ କରି ପାରିଲା ନାହିଁ। ସେବେଠାରୁ ମୁଁ ମହିଳାଙ୍କ ଭଳି ଶାଢ଼ି ପିନ୍ଧି ସଜେଇ ହୋଇ ରହିବାକୁ ବାଧ୍ୟ ହେଉଛି।

ଏହି ଘଟଣା ଗାଁ ଏବଂ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଲୋକ ଏହାକୁ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବୋଲି ବିବେଚନା କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ଭୂତର ପ୍ରଭାବ ବୋଲି କହୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe