ପୁଅ ଓ ବୋହୂ ପର କରି‌ଦେବା ପରେ ସରକାରଙ୍କୁ ଦେଢ଼କୋଟି ଟଙ୍କାର ସମ୍ପତ୍ତି ଦାନ କରି ଦେଲେ ବୃଦ୍ଧ

ପୁଅ ଓ ବୋହୂ ପର କରି‌ଦେବା ପରେ ସରକାରଙ୍କୁ ଦେଢ଼କୋଟି ଟଙ୍କାର ସମ୍ପତ୍ତି ଦାନ କରି ଦେଲେ ବୃଦ୍ଧ

ନୂଆଦିଲ୍ଲୀ: ପୂର୍ବରୁ ‌ସମୟ ପାଇଲେ ପରିବାର ସଦସ୍ୟ ଏକାଠି ବସି ଦୁଃଖସୁଖ ହୋଇଥାଆନ୍ତି। କିନ୍ତୁ ଇଣ୍ଟରନେଟ ଯୁଗରେ ଏସବୁ ବଦଳି ଯାଇଛି। ବାପା, ମା’ ପିଲା ଛୁଆ ଯାହାଙ୍କୁ ବି ସମୟ ମିଳୁଛି ସମସ୍ତେ ଫୋନରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। ଘରର ବୃଦ୍ଧ ଓ ବୃଦ୍ଧାଙ୍କୁ ଘରର ସ୍ତମ୍ଭ ବୋଲି କୁହାଯାଉଥିବା ବେଳେ ଏବେ ପିଲାମାନେ ସେମାନଙ୍କୁ ବୋଝ ବୋଲି କହୁଛନ୍ତି । ସେମାନଙ୍କ ସହିତ ଦୁର୍ବ୍ୟବହାର କରି ଘରୁ ବାହାର କରି ଦେଉଛନ୍ତି।

ଏମିତି ଏକ ଦୁଃଖଦ ଘଟଣା ଉତ୍ତରପ୍ରଦେଶର ମୁଜଫରନଗରରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ୮୦ବର୍ଷର ବୃଦ୍ଧ ନିଜ ପୁଅ ଓ ‌ବୋହୂଙ୍କ ବ୍ୟବହାରରେ ବିରକ୍ତ ହୋଇ ନିଜର ସମ୍ପତ୍ତି ରାଜ୍ୟପାଳଙ୍କୁ ଦାନ କରି ଦେଇଛନ୍ତି।

୮୦ବର୍ଷର ନାଥୁ ସିଂହ  ପେସାରେ ଜଣେ ଚାଷୀ। ସେ ବୃଦ୍ଧାଶ୍ରମରେ ଏବେ ବସବାସ କରୁଛନ୍ତି। ନାଥୁ ସିଂହ କହିଛନ୍ତି, ‘ଏଭଳି ଅବସ୍ଥାରେ ମୋତେ ପୁଅ ଓ ବୋହୂ ତାଙ୍କ  ପାଖରେ ରଖିବା କଥା। କିନ୍ତୁ ସେମାନେ ମୋ ସହିତ ଯେଭଳି ବ୍ୟବହାର କଲେ ମୋତେ ବହୁତ ଦୁଃଖ ଲାଗିଲା।

ଗୋଟିଏ ବି ମୁହୂର୍ତ୍ତ ସେମାନଙ୍କ ସହିତ ରହିବା ପାଇଁ ଇଚ୍ଛା ହେଲାନାହିଁ। ତେଣୁ ବୃଦ୍ଧାଶ୍ରମରେ ରହିବାକୁ ଚାଲି ଆସିଥିଲି।  ପୁଅ ଓ ବୋହୂଙ୍କ ମୁହଁକୁ ମୋର ଚାହିଁବାର ଇଚ୍ଛା ନାହିଁ।  ପୁଅ ବ୍ୟତୀତ ତିନିଜଣ ଝିଅ ବି ଅଛନ୍ତି। ମୁଁ ଚାହୁଁ ନାହିଁ କି ମୋର ମୃତ୍ୟୁ ପରେ ପୁଅ ଏସବୁ ସମ୍ପତ୍ତିର ଉତ୍ତରାଧୀକାରୀ ହେଉ। ତେଣୁ ଦେଢ଼କୋଟିର ସମ୍ପତ୍ତି ରାଜ୍ୟପାଳଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଟଙ୍କା ଓ ଜମିରେ ସରକାର ଏକ ହସ୍ପିଟାଲ ଓ ବିଦ୍ୟାଳୟ ନିର୍ମାଣ କରିବେ ବୋଲି ମୁଁ ଆଶା ରଖିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe