ନୂଆଦିଲ୍ଲୀ: ତାମିଲନାଡ଼ୁର ତଞ୍ଜାବୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦୁଇଟି ବସ ମଧ୍ୟରେ ଫସି ଯାଇଥିବା ଜଣେ ଯୁବକ ଚମତ୍କାର ଭାବେ ବର୍ତ୍ତି ଯାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହେଉଯାଉଛନ୍ତି। ଯୁବକଙ୍କ ଜୀବନ ରକ୍ଷା କରିଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛନ୍ତି।
ଅଧିକପଢ଼ନ୍ତୁ:ମା-ପୁଅଙ୍କୁ ଏକାଠି ମିଳିବ ରାଷ୍ଟ୍ରପତି ସମ୍ମାନ
ସୂଚନାଯୋଗ୍ୟ, ଜାନୁଆରି ୩ ତାରିଖରେ ଏକ ଘରୋଇ ବସ ଥମାରନକୋଟ୍ଟଇରୁ ପଟ୍ଟକୋଟ୍ଟଇ ଅଭିମୁଖେ ଯାଉଥିଲା। ଏହି ସମୟରେ ବସର ଗତି ମନ୍ଥର ଥିବା ଦେଖି ଭରତ ନାମକ ଜଣେ ଯୁବକ ଚଳନ୍ତା ବସରେ ଚଢ଼ିବାକୁ ଚେଷ୍ଟା କରିଥିଲେ।
ଏତିକି ବେଳେ ଏକ ସରକାରୀ ବସ ଘରୋଇ ବସକୁ ଓଭରଟେକ କରିବାକୁ ଚେଷ୍ଟା କରିଥିଲା। ଫଳରେ ଦୁଇଟିବସ ମଧ୍ୟରେ ଭାରତ ଫସି ଯାଇଥିଲେ ଓ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲା। ଆଉ ସୁରକ୍ଷିତ ଭାବେ ଉଦ୍ଧାର ବି ହୋଇଥିଲେ।
ଅଧିକପଢ଼ନ୍ତୁ:ଗ୍ୟାରେଣ୍ଟର ହେବା ପାଇଁ ଆସିଥିବା ମହିଳା ସ୍ୱାମୀଙ୍କ ଭିଣୋଇଙ୍କ ସାଙ୍ଗଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/26/333AsAGktxmymO8V0qmz.jpg)