ପ୍ରଥମଥର ପାଇଁ ବିମାନରେ ଯାତ୍ରା କରୁଥିବା ବୃଦ୍ଧ ଦମ୍ପତିଙ୍କୁ ଏପରି ସାହାଯ୍ୟ କଲେ ଏହି ବ୍ୟକ୍ତି

ପ୍ରଥମଥର ପାଇଁ ବିମାନରେ ଯାତ୍ରା କରୁଥିବା ବୃଦ୍ଧ ଦମ୍ପତିଙ୍କୁ ଏପରି ସାହାଯ୍ୟ କଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଆମେ ସମସ୍ତେ ଅନ୍ୟମାନଙ୍କ ପ୍ରତି ସର୍ବଦା ଦୟାଳୁ ହେବା ସହିତ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ଉଚିତ । ନିକଟରେ ଚିଫ ଇନ୍ସପିରେସନ ଅଧିକାରୀ ଅମିତାଭ ଶାହା ବିମାନବନ୍ଦରରେ ଭୟଭୀତ ଥିବା ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ ଦେଖି ହୃଦୟସ୍ପର୍ଶୀ କାମ କରିଛନ୍ତି।

ଉତ୍ତରପ୍ରଦେଶର ଏକ ସୁଦୂର ଗାଁରୁ ଆସିଥିବା ଏକ ଦମ୍ପତ୍ତି ପ୍ରଥମ ଥର ପାଇଁ ବିମାନ ଯାତ୍ରା କରୁଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ  ଥିବା ନିୟମ ବିଷୟରେ ସେମାନେ ଅବଗତ ନଥିଲେ।  ଯେଉଁ କାରଣରୁ ଦୁହେଁ ଭୟଭୀତ ହୋଇ ପଡ଼ିଥିଲେ। ଦୁହିଁଙ୍କୁ ଦେଖି ଶାହା ଅଜଣାତରେ ସେମାନଙ୍କ ଭୟ ଦୂର କରିଥିଲେ।

ଉକ୍ତ ଦମ୍ପତ୍ତିଙ୍କ ଏକ ଫଟୋ ସେୟାର କରି ଶାହା ଲେଖିଛନ୍ତି, ମୁଁ ଗତକାଲି ଦିଲ୍ଲୀ ବିମାନବନ୍ଦରରୁ କାନପୁର ଯାଉଥିଲି। ଫଟୋରେ ଦେଖିବାକୁ ମିଳୁଥିବା ଦମ୍ପତ୍ତି ବିମାନରେ ଏକ ଦୀର୍ଘ ଯାତ୍ରା କରୁଥିଲେ। ଉତ୍ତରପ୍ରଦେଶର ଏକ ସୁଦୂର ଗାଁରୁ ଆସିଥିବା ଦମ୍ପତ୍ତି ମୋ ସହ କାନପୁର ଅଭିମୁଖେ ଯାତ୍ରା କରିବା ପାଇଁ ବିମାନରେ ବସିଥିଲେ।

ତେବେ ଦୁହେଁ ବିମାନବନ୍ଦରେ ପହଞ୍ଚିବା ପରେ ଭୟଭୀତ ହୋଇପଡ଼ିଥିଲେ। କାରଣ ସେ କ’ଣ କରିବେ କେଉଁଆଡେ ଯିବେ କିଛି ଜାଣି ନଥିଲେ। କାରଣ ତାଙ୍କୁ ଇଂରାଜୀ ଜଣା ନଥିଲା। ମୁଁ ତାଙ୍କ ପାଖକୁ ଯାଇ ଟିକେ ହସି କହିଲି ମୁଁ ଯେଉଁଆଡେ ଯାଉଛି ମୋ ପଛେପଛେ ଆସ। ସେମାନେ ମୋତେ ଏୟାରଲାଇନ୍ସର କର୍ମଚାରୀ ଭାବି ମୋ କଥା ମାନି ଚାଲିଥିଲେ।

ବିମାନରେ ବସିବା ପରେ ବି  ସେମାନେ ଭୟଭୀତ ଥିଲେ। ମୁଁ ତାଙ୍କୁ କିଛି ନଜଣାଇ ବିଭିନ୍ନ ପ୍ରକ‌ାର କଥା ହେବା ଆରମ୍ଭ କରିଥିଲି। ଦୁହିଁଙ୍କ ଭୟ ଦୂର ହେବା ପରେ ସେମାନେ ମୋତେ ଅନୁରୋଧ କରିଥିଲେ କି ଏକ ଫଟୋ ଉଠାଇ ତାଙ୍କ ଝିଅ ପାଖକୁ ପଠାଇବାକୁ। କାରଣ ତାଙ୍କ ଝିଅ ଫଟୋ ଦେଖି ଜାଣିବ କି ତାର ମା’ ବାପା ସୁରକ୍ଷିତ ଭାବେ ବିମାନ ଯାତ୍ରା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe