ଗଛ ଉପରେ ହାଇ ଭୋଲ୍‌ଟେଜ୍‌ ଡ୍ରାମା: ୨ ମିନିଟ୍‌ ପାଇଁ ଆଦିତ୍ୟନାଥଙ୍କୁ ଭେଟିବାର ଅଛି

ଗଛ ଉପରେ ହାଇ ଭୋଲ୍‌ଟେଜ୍‌ ଡ୍ରାମା: ୨ ମିନିଟ୍‌ ପାଇଁ ଆଦିତ୍ୟନାଥଙ୍କୁ ଭେଟିବାର ଅଛି

ଲକ୍ଷ୍ନୌ: ଉତ୍ତରପ୍ରଦେଶସ୍ଥିିତ ଲକ୍ଷ୍ନୌର ଗୌତମପଲ୍ଲୀ ଥାନା ଅଧୀନରେ ଦେଖିବାକୁ ମିଳିଥିଲା ଏକ ଅଜବ ଘଟଣା। ଜଣେ ଯୁବକ ଗଳାରେ ଦଉଡ଼ି ପକାଇ ଏକ ଗଛକୁ ଚଢ଼ି ଯାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ ନକଲେ ତଳକୁ ଓହ୍ଲାଇବେନି ବୋଲି ଜିଦ୍‌ ଧରି ବସିଥିବା ଦେଖିବାକୁ ମିଳିଥିଲା। ଏପରି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଲୋକ ଗଦା ହୋଇ ଯାଇଥିଲେ। ତା’ପରେ ସ୍ଥାନୀୟ ଅଞ୍ଚଳରେ ଡ୍ୟୁଟି କରୁଥିବା ପୁଲିସ୍‌କର୍ମୀମ‌ାନେ ସେଠାରେ ପହଞ୍ଚି ଯାଇଥି‌ଲେ। ପୁଲିସ୍‌ ତାଙ୍କୁ ଏପରି କରିବାର କାରଣ ପଚାରିବାରୁ ସେ କହିଥିଲେ ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଚାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ୨ ମିନିଟ୍‌ ସମୟ ଦେବାକୁ ହେବ।

ଯୁବକ ଜଣକ ଗଛରେ ଥାଇ ଆହୁରି ବି କହିଥିଲେ ଯେ ସେ ନିଜର କିଛି କ୍ଷତି କରିବେ ନାହିଁ। ମାତ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ୍‌ ନହେବା ପର୍ଯ୍ୟନ୍ତ ସେ ତଳକୁ ଓହ୍ଲାଇବେ ନାହିଁ କି କିଛି ଖାଦ୍ୟ ଗ୍ରହଣ କରିବେ ନାହିଁ। ଯଦି ପୁଲିସ୍‌ କର୍ମୀ ତାଙ୍କ ସହ ବେଶି ଲାଗନ୍ତି ତ ସେ ବେକରେ ଫାଶୀ ଲଗାଇ ଝୁଲିଯିବେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସାକ୍ଷାତ୍‌ କରାଇ ଦିଆଯିବ ବୋଲି ପୁଲିସ୍‌ ଆଶ୍ବ‌ାସନା ଦେବା ପରେ ଯାଇ ସେ ତଳକୁ ଓହ୍ଲାଇଥିଲେ। ଉକ୍ତ ଯୁବକର ନାମ କଲ୍ଲୁ ଓ ସେ ମୁଜାଫର୍‌ନଗରର ବାସିନ୍ଦା।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ସେ ସକାଳ ୮ଟାରେ ଗଛରୁ ଚଢ଼ି ୧୦ଟାରେ ଓହ୍ଲାଇଥିଲେ। ଦୀର୍ଘ ୨ ଘଣ୍ଟା ଧରି ଚାଲିଲା ହାଇଭୋଲ୍‌ଟେଜ୍‌ ଡ୍ରାମା। ସେ ଉପରୁ ରହି ନିଜ କଥା ସବୁ କାଗଜରେ ଲେଖି ତଳକୁ ଫିଙ୍ଗୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe