ମାତ୍ର ୨ଟି ପାଣି ବୋତଲ ମଗାଇ ଟିପ୍ସ ଆକାରରେ ରେସ୍ତୋରାଁରେ ୭ ଲକ୍ଷ ଟଙ୍କା ଦେଲେ ଗ୍ରାହକ

Advertisment
ମାତ୍ର ୨ଟି ପାଣି ବୋତଲ ମଗାଇ ଟିପ୍ସ ଆକାରରେ ରେସ୍ତୋରାଁରେ ୭ ଲକ୍ଷ ଟଙ୍କା ଦେଲେ ଗ୍ରାହକ

ହୋଟେଲ୍‌ କିମ୍ବା ରେସ୍ତୋରାଁରେ ଓଏଟର୍‌ମାନଙ୍କ ସେବାରେ ତୃପ୍ତ ହେଲେ ଗ୍ରାହକ ଟିପ୍ସ ଆକାରରେ ଏକ ସ୍ୱଳ୍ପ ପରିମାଣର ଅର୍ଥ ଦେବା କଥା ଆମେ ସମସ୍ତେ ଜାଣିଛେ। ଏହା ଆଜିକାଲି ପାଇଁ ଏକ ସାଧାରଣ କଥା ପାଲଟିଗଲାଣି। ମାତ୍ର ନିକଟରେ ମିଳିଥିବା ଏକ ଟିପ୍ସର ପରିମାଣ ସଭିଙ୍କୁ ଚକିତ କରିଛି। କେହି କେହି ଟିପ୍ସ ହେତୁ ଅଜଥା ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ଚିନ୍ତା କରିଥିବା ବେଳେ ଆଉ କେହି ଏକ ଉତ୍ତମ ସଂପର୍କ ଗଢ଼ିବା ଉଦେଶ୍ୟ ଟିପ୍ସ ପ୍ରଦାନ କରିଥାନ୍ତି। ମାତ୍ର ଲକ୍ଷ ଲକ୍ଷ ଟଙ୍କା ଟିପ୍ସ ଆକାରରେ ଦେବା ବିରଳ ନିଶ୍ଚୟ।

ନିକଟରେ ଘଟିଥିବା ଘଟଣାଟି ଏକଦମ ଆଶ୍ଚର୍ଯ୍ୟଜନକ। ଘଟଣାଟି ହେଉଛି ଆମେରିକାର ଜଣେ ବ୍ୟକ୍ତି ଏକ ରେସ୍ତୋରାଁକୁ ରାତ୍ରି ଭୋଜନ ପାଇଁ ଗଲେ। ସେଠାରେ ସେ କେବଳ ଦୁଇଟି ପାଣି ବୋତଲ ବରାଦ କଲେ। ତାଙ୍କୁ ଜଣେ ମହିଳା ଓଏଟର୍‌ ଆଣି ପାଣି ବୋତଲ ଦେଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟକ୍ତି ଜଣକ କେବଳ ଏତିକି ସେବା ପାଇଁ ଓଏଟର୍‌ଙ୍କୁ ୭ ଲକ୍ଷ ଟଙ୍କା ଟିପ୍ସ ଆକାରରେ ଦେଇଛନ୍ତି।

ଟିପ୍ସ ପାଇଥିବା ଓଏଟର୍‌ ଜଣକ ହେଉଛନ୍ତି ଏଲିନା କଷ୍ଟର୍‌। ଗ୍ରିନ୍‌ଭିଲେର ସୁପ୍‌ ଡଗ୍ସଠାରେ ସେ କାମ କରନ୍ତି। ତେବେ ଟିପ୍ସ ଦାତା ଜଣକ ହେଉଛନ୍ତି ଲୋକପ୍ରିୟ ୟୁଟ୍ୟୁବର୍‌ ଜିମି ଡୋନାଲ୍ଡସନ୍‌। ଜିମି ଉକ୍ତ ରେସ୍ତୋରାଁରେ ଖୁବ୍‌ କମ୍‌ ସମୟ ପାଇଁ ରହିଥିଲେ।

ଜିମିଙ୍କୁ ଲୋକେ ୟୁଟ୍ୟୁବର୍‌ ‘ମିଷ୍ଟର୍‌ ବିଷ୍ଟ୍‍’ ନାମରେ ଜାଣନ୍ତି। ତାଙ୍କର ସମୁଦାୟ ୯ ମିଲିୟନ୍‌ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ତାଙ୍କର ପ୍ରାୟ ଭିଡିଓ ୫ ମିଲିୟନ୍‌ ଭିଉରୁ ଊର୍ଧ୍ୱ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe