www.indiatoday.in
ଭାଇରାଲ୍ ପୋଷ୍ଟ୍: ବେଳେ ବେଳେ ଭୁଲ୍ ବୁଝାମଣାରୁ ଅନେକ ମଜାଦାର କଥା ସବୁ ଦେଖିବାକୁ ମିଳିଥାଏ। ନିକଟରେ ଇଣ୍ଟର୍ନେଟ୍ରେ ଏକ କେକ୍ର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହୋଇଥିବା କେକ୍ର ଫଟୋରେ କାହାର ନାମ, ଜନ୍ମଦିନ ଶୁଭେଚ୍ଛା, ବିବାହ ବାର୍ଷିକୀ ଶୁଭେଚ୍ଛା ବା ଅନ୍ୟ କୌଣସି ସ୍ବତନ୍ତ୍ର ଶୁଭେଚ୍ଛା ଲେଖାନାହିଁ। ବରଂ ଲେଖାଯାଇଛି ‘କନ୍ଟେନିଂ ଏଗ୍’।
ଆପଣ ଭାବୁଥିବେ କେକ୍ରେ ଏପରି ଏକ ବାକ୍ୟ କାହିଁକି ଲେଖାଯାଇଛି? ଯଦି କେକ୍ରେ ଅଣ୍ଡା ମିଶ୍ରିତ ଅଛି ତ ତାହା କେକ୍ର ଡେସ୍କ୍ରିପ୍ସନରେ ଲେଖାଯାଇ ପାରିଥାନ୍ତା। ମାତ୍ର ତାହା ପଛରେ ବି ଏକ କାହାଣୀ ରହିିଛି।
କପିଲ୍ ୱାସ୍ନିକ୍ ନାମକ ଜଣେ ବ୍ୟକ୍ତି ଟ୍ବିଟ୍ କରି ଲେଖିଛନ୍ତି, ‘ମୁଁ ସ୍ବିଗି ଜରିଆରେ ନାଗପୁରର ଏକ ପ୍ରସିଦ୍ଧ ବେକେରିରୁ କେକ୍ ବରାଦ କଲି। ଅର୍ଡର ଡିଟେଲ୍ରେ ମୁଁ ଲେଖିଥିଲି ‘ଯଦି ଅଣ୍ଡା କେକ୍ ଦୟାକରି ସୂଚନା ଦିଅନ୍ତୁ(ପ୍ଲିଜ୍ ମେନ୍ସନ୍ ଇଫ୍ ଦ କେକ୍ କଣ୍ଟେନ୍ ଏଗ୍)। ଏହାପରେ ମୁଁ ଏହି କେକ୍ ପାଇ ବାକ୍ୟଶୂନ୍ୟ ହୋଇଗଲି। ପୂର୍ବରୁ ଆମେ ଆପଣଙ୍କୁ ଜଣାଇଛୁ ଯେ କେକ୍ରେ ଲେଖା ଯାଇଥିଲା ‘କନ୍ଟେନିଂ ଏଗ୍’ ଅର୍ଥାତ ‘ଏହା ଅଣ୍ଡା ମିଶ୍ରିତ କେକ୍’।
Follow Us