www.indiatoday.in
ନୂଆଦିଲ୍ଲୀ: ଇଣ୍ଟର୍ନେଟ୍ରେ ବେଳେ ବେଳେ ମନକୁ ପାଇଲା ପରି ଫଟୋ ଓ ଭିଡିଓ ସବୁ ସାମ୍ନାକୁ ଆସିଥାଏ। ସଂସାରରେ ବିଭିନ୍ନ ପ୍ରକାରର ସୃଜନଶୀଳ ବ୍ୟକ୍ତି ସବୁ ରହିଛନ୍ତି। ସେମାନଙ୍କ ସୃଜନାତ୍ମକ କାର୍ଯ୍ୟ ଦେଖିଲେ ଆପଣ ଚିତ ହୋଇଯିବେ। ଏବେ ଇଣ୍ଟର୍ନେଟ୍ରେ ଏପରି ଏକ ଫଟୋ ଭାଇରାଲ୍ ହୋଇଛି, ଯାହାକୁ ଦେଖିବା ପରେ ଆପଣ ପ୍ରଶଂସା ନକରି ରହିପାରିବେ ନାହିଁ।
ଭାଇରାଲ୍ ହୋଇଛି ଏକ ରିକ୍ସାର ଫଟୋ। ଆପଣ ଭାବୁଥିବେ, ରିକ୍ସାରେ ଏମିତି କ’ଣ ଅଛି କି? ଜଣେ ରିକ୍ସା ଚାଳକ ପ୍ରଚଣ୍ଡ ଗ୍ରୀଷ୍ମରୁ ନିଜକୁ ରକ୍ଷା କରିବାକୁ ନିଜ ରିକ୍ସାକୁ ଏକ ବଗିଚା ବନେଇ ଦେଇଛନ୍ତି। ରିକ୍ସା ଚାରିପାଖେରେ ଗଛ ଲଗାଥିବା କୁଣ୍ଡ ସବୁ ରଖିଥିବା ବେଳେ ରିକ୍ସା ଉପରେ ଘାସ ଲଗାଇଛନ୍ତି।
ଜଣେ ବିଦେଶୀ ତାଙ୍କ ରିକ୍ସାରେ ବସିବା ପରେ ରିକ୍ସାର ଏକ ଫଟୋ ଉଠାଇ ଟ୍ବିଟର୍ରେ ପୋଷ୍ଟ୍ କରିଛନ୍ତି। ସେ ଲେଖିଛନ୍ତି, ‘ଜଣେ ଭାରତୀୟ ଗ୍ରୀଷ୍ମ ଋତୁରେ ଥଣ୍ଡା ଟିକେ ପାଇଁ ନିଜ ରିକ୍ସାକୁ ବଗିଚା ବନାଇ ଦେଇଛନ୍ତି। ବାସ୍ତବରେ ଏହି ରିକ୍ସାରେ ଖୁବ୍ ଥଣ୍ଡା ଲାଗୁଛି।
ଏହି ପୋଷ୍ଟ୍କୁ ଏବେ ସୁଦ୍ଧା ୨୦ ହଜାର ୮୦୦ ଲାଇକ୍ ମିଳିସାରିଲାଣି। ଏ ପୋଷ୍ଟ୍ଟିରେ ବହୁ କମେଣ୍ଟ୍ ମଧ୍ୟ ମିଳୁଛି।
Follow Us