ଏହି ବ୍ୟକ୍ତି ଯେଉଁଠାରେ ଘର ତିଆରି କରୁଥିଲେ, ସେଠାକୁ ରଖୁଥିଲେ ଏକ ନୂଆ ପତ୍ନୀ

ଏହି ବ୍ୟକ୍ତି ଯେଉଁଠାରେ ଘର ତିଆରି କରୁଥିଲେ, ସେଠାକୁ ରଖୁଥିଲେ ଏକ ନୂଆ ପତ୍ନୀ

ଥାଇଲାଣ୍ଡ : ଥାଇଲାଣ୍ଡରେ ବହୁ ବିବାହ ପ୍ରଥାର ପ୍ରତିବନ୍ଧକ ଲଗାଯାଇଥିଲେ ହେଁ ଜଣେ ବ୍ୟକ୍ତିଙ୍କ ୧୨୦ଜଣ ପତ୍ନୀ ଓ ୨୮ ଜଣ ପିଲା ଅଛନ୍ତି । ଘଟଣାଟି କାଳ୍ପନିକ ଲାଗୁଥିଲେ ବି ସତ ।

ତମ୍ବନ ପ୍ରିଜର୍ଭ ନାମକ ଏହି ବ୍ୟକ୍ତି ପ୍ରାମନି ଜିଲ୍ଲା ଥାଇଲାଣ୍ଡର ନୋନ ନାୟୋକ ପ୍ରାନ୍ତରେ ବସବାସ କରନ୍ତି। ସ୍ଥାନୀୟ ମିଡିଆରେ ଏଖବର ପ୍ରକାଶିତ ହେବା ପରେ ତମ୍ବନ ଚର୍ଚ୍ଚାକୁ ଆସିଥିଲେ । ତମ୍ବନ ନିଜ ପରିବାର ବିଷୟରେ ତଥ୍ୟ ସ୍ୱଇଚ୍ଛାରେ ମିଡିଆକୁ ଦେଇ କହିଥିଲେ, ମୋର ୧୨୦ଜଣ ପତ୍ନୀ ଓ ୨୮ ଜଣ ପୁଅ-ଝିଅ ଅଛନ୍ତି । ମୁଁ ୧୭ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲି ଏବଂ ୩ଟି ସନ୍ତାନ ବାପା ହୋଇଥିଲି। ଏହାପରେ ମୁଁ ଅନେକ ମହିଳାଙ୍କ ସଂପର୍କରେ ଆସିଥିଲି।
ଥାଇଲାଣ୍ଡର ମିଡିଆରେ ଅନୁସାରେ ତମ୍ବନ ଯେତେବେଳେ ନିଜର କନଷ୍ଟ୍ରକସନ ବ୍ୟବସାୟ ଆରମ୍ଭ କଲେ, ସେତେବେଳେ ସେ ଯେଉଁଠି ଘର ତିଆରି କରୁଥିଲେ , ସେଠାକୁ ଜଣେ ନୂଆ ପତ୍ନୀକୁ ନେଇ ଯାଉଥିଲେ । ତମ୍ବନ ଯେତେବେଳେ କୌଣସି ନୂଆ ଯୁବତୀକୁ ବିବାହ କରନ୍ତି , ସେତେବେଳେ ସେ ନିଜର ଅନ୍ୟ ସ୍ତ୍ରୀମାନଙ୍କ ବିଷୟରେ କହିଥାନ୍ତି। ଗୁପ୍ତରେ କୌଣସି କାମ କରି ନଥାନ୍ତି । ତାଙ୍କ ପତ୍ନୀମାନଙ୍କୁ ବହୁ ବିବାହରେ କୌଣସି ଆପତ୍ତି ନଥାଏ। ପ୍ରତି ବିବାହ ପୂର୍ବରୁ ସେ ପ୍ରତ୍ୟେକ ଯୁବତୀଙ୍କ ମାତାପିତାଙ୍କ ସହିତ ସାକ୍ଷାତ କରି ବିବାହ ପୁରା ରୀତିନୀତି ଓ ପରମ୍ପରା ଅନୁଯାୟୀ କରି କରିଥାଆନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe