ଏକସଙ୍ଗେ ୩ ଯାଆଁଳା ଭଉଣୀଙ୍କ ସହ ଯୁବକଙ୍କୁ ହେଲା ପ୍ରେମ, କରିବାକୁ ଯାଉଛନ୍ତି ବିବାହ

Advertisment
ଏକସଙ୍ଗେ ୩ ଯାଆଁଳା ଭଉଣୀଙ୍କ ସହ ଯୁବକଙ୍କୁ ହେଲା ପ୍ରେମ, କରିବାକୁ ଯାଉଛନ୍ତି ବିବାହ

www.aajtak.in

ନୂଆଦିଲ୍ଲୀ: ଜଣେ ଯୁବକ ୩ ଜଣ ଯାଆଁଳା ଭଉଣୀଙ୍କ ସହ ପ୍ରେମ ସଂପର୍କରେ ଥିବା କଥା ଏବେ ସଭିଙ୍କୁ ଚକିତ କରିଛି। କେବଳ ସେତିକି ନୁହେଁ, ଯୁବକ ଜଣକ ଖୁବ୍‌ ଶୀଘ୍ର ତିନିଜଣ ଯାକଙ୍କୁ ବିବାହ ବି କରିବାକୁ ଯାଉଛନ୍ତି। ଯୁବକଙ୍କ କହିବା କଥା ହେଉଛି, ୩ ଜଣ ଯାକ ପତ୍ନୀଙ୍କୁ ପ୍ରେମ ଦେବା ତାଙ୍କ ପାଇଁ କିଛି ସମସ୍ୟା ନୁହେଁ। କାରଣ ସମସ୍ତଙ୍କୁ ସମାନ ସମୟ ଦେବା ପାଇଁ ସେ ଏକ ଟାଇମ୍‌-ଟେବଲ୍‌ ବି ପ୍ରସ୍ତୁତ କରିଛନ୍ତି।

ନିକଟରେ ଏକ ସାକ୍ଷାତ୍‌କାରରେ ୩ ଜଣ ଯାକ ଭଉଣୀ କେଟ୍‌, ଇବ୍‌ ଏବଂ ମେରି କହିଛନ୍ତି କି ସେମାନେ ଆସନ୍ତା ଏପ୍ରିଲ୍‌ ମାସରେ ସେମାନଙ୍କ ଭାବୀପତି ଲକି ଷ୍ଟିଭୋଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଲକିଙ୍କର ପ୍ରଥମେ କେଟ୍‌ଙ୍କ ସହ ସଂପର୍କ ‌ହୋଇଥିଲା। କେଟ୍‌ ଲକିଙ୍କୁ ତାଙ୍କର ଅନ୍ୟ ଦୁଇ ଭଉଣୀଙ୍କ ସହ ପରିଚିତ କରାଇଥିଲେ। ୩ ଜଣ ଯାକ ସଂଗୀତ କ୍ଷେତ୍ରରେ କାର୍ଯ୍ୟରତ ଓ ଏବେ ସେମାନଙ୍କ ବୈବାହିକ ଜୀବନ ବି ଏକ ପ୍ରକାରର ହେବାକୁ ଯାଉଛି, କାରଣ ସେମାନେ ତିନିହେଁ ଜଣେ ହିଁ ପୁଅକୁ ବିବାହ କରିବାକୁ ସ୍ଥିର କରିଛନ୍ତି।

ଏମାନେ ଯେଉଁ ଧର୍ମର, ସେହି ଧର୍ମରେ ଏକ‌ାଧିକ ବିବାହକୁ ନେଇ କୌଣସି କଟକଣା ନାହିଁ। ତେବେ ଲକି କହନ୍ତି ଯେ ସେ ଜଣେ ସଚ୍ଚୋଟ ମଣିଷ ହୋଇଥିବାରୁ ତାଙ୍କୁ ସବୁକିଛି ଅଧିକ ମିଳିଥାଏ। ଏପରିକି ଆଶୀର୍ବାଦ ବି। ସେଥିପାଇଁ ଈଶ୍ବର ତ‌ାଙ୍କୁ ୩ ଜଣ ପତ୍ନୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe