୫୫ଥର ରକ୍ତଦାନ କରି ସାରିଥିବା ଏହି ବ୍ୟକ୍ତିଙ୍କ ରକ୍ତ ଦୁର୍ଲଭ ! ୧୭,୦୦୦ ଲୋକଙ୍କ ମଧ୍ୟରେ କେବଳ ଜଣେ ଏହି ଶ୍ରେଣୀର

Advertisment
୫୫ଥର ରକ୍ତଦାନ କରି ସାରିଥିବା ଏହି ବ୍ୟକ୍ତିଙ୍କ ରକ୍ତ ଦୁର୍ଲଭ ! ୧୭,୦୦୦ ଲୋକଙ୍କ ମଧ୍ୟରେ କେବଳ ଜଣେ ଏହି ଶ୍ରେଣୀର

ବେଙ୍ଗାଲୁରୁ: ନିକଟରେ ଚୀନର ଜଣେ ଅନ୍ତସତ୍ତ୍ୱା ମହିଳାଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇ ଥିବା ଆଦିତ୍ୟ ହେଗଡେ ଏବେ ଚର୍ଚ୍ଚାର ପରିସରରେ ରହିଛନ୍ତି। ତେବେ ଆପଣ ଭାବୁଥାଇ ପାରନ୍ତି ସେ ରକ୍ତଦାନ କରି ଚର୍ଚ୍ଚାରେ ଅଛନ୍ତି, ତେବେ କଥାଟି ତାହା ନୁହେଁ। ଆଦିତ୍ୟ ତାଙ୍କର ଦୁର୍ଲଭ ରକ୍ତ ପାଇଁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ରକ୍ତ ହେଉଛି ବିରଳ ଶ୍ରେଣୀୟ ବ୍ଲଡ ଗ୍ରୁପ୍‌ ‘ବାମ୍ବ୍ରୋ ’।

publive-image

ଆଦିତ୍ୟ ୨୦୦୩ରେ ନିଜର ବ୍ଲଡ୍‌ ଗ୍ରୁପ୍‌ ବିଷୟରେ ଜାଣିବାକୁ ପାଇଥିଲେ । କୁହାଯାଏ କି ବାମ୍ବ୍ରୋ ବ୍ଲଡ୍‌ ଗ୍ରୁପ୍‌ ଦୁନିଆରେ ଖୁବ୍‌ କମ୍‌ ସଂଖ୍ୟାର ଲୋକଙ୍କ ପାଖରେ ରହିଛି। ଭାରତରେ ୧୭ହଜାର ଲୋକଙ୍କ ମଧ୍ୟରେ କେବଳ ଜଣଙ୍କ ପାଖରେ ଏହି ଶ୍ରେଣୀର ରକ୍ତ ରହିଥାଏ। ଏହି ରକ୍ତ ଥିବା ବ୍ୟକ୍ତି କେବଳ ସେହି ଶ୍ରେଣୀର ଲୋକଙ୍କୁ ହିଁ ରକ୍ତଦାନ କରି ପାରିବେ। ଇତିମଧ୍ୟରେ ଏହାପୂର୍ବରୁ ସେ ୫୫ଥର ରକ୍ତଦାନ କରି ସାରିଲେଣି।

publive-image

କର୍ଣ୍ଣାଟକର ସିଦ୍ଦପୁରର ନିକଟସ୍ଥ ଏକ ଗ୍ରାମରେ ଜନ୍ମ ନେଇଥିବା ଆଦିତ୍ୟ କଲେଜ ସମୟରୁ ହିଁ ରକ୍ତ ଦାନ କରିବାରେ ରୁଚି ରଖିଥିଲେ। ଆଦିତ୍ୟ କହନ୍ତି, ‘ମୋତେ ସର୍ବଦା ଲାଗୁଥିଲା କି ମୋର ବ୍ଲଡ୍‌ ଗ୍ରୁପ୍‌ ଓ ନେଗେଟିଭ୍‌। ମୁଁ ଏକ ଏନ୍‌ଜିଓରେ ମୋର ନାମ ପଞ୍ଚିକରଣ କରିଥିଲି। ସେଠାରେ ସମୟ ସମୟରେ ମୁଁ ରକ୍ତଦାନ କରିଥାଏ। ଏହାପରେ ୨୦୦୩ରେ ମୁଁ ରକ୍ତ ପରୀକ୍ଷା କରାଇଥିଲି। ମୋତେ କୁହାଗଲା ମୋର ରକ୍ତ ‘ବାମ୍ବ୍ରୋ’ ଶ୍ରେଣୀର ବୋଲି । ଏହାପରେ ଯେତେବେଳେ ୨୦୦୫ରେ ବେଙ୍ଗାଲୁରୁ ଆସିଲି ମୁଁ ଏକ ବ୍ଲଡ ବ୍ୟାଙ୍କ ସହିତ ଯୋଡ଼ି ହୋଇଥିଲି। ଏହାପରେ ନିୟମିତ ରକ୍ତଦାତା ବନିଗଲି। ମୁଁ ବିଦେଶୀ ନାଗରିକଙ୍କୁ ବି ରକ୍ତଦାନ କରିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe