୪୫ ବର୍ଷର ଜମାପୁଞ୍ଜିକୁ ନେଇ ବ୍ୟାଙ୍କରେ ପହଞ୍ଚିଲେ ଯୁବକ, ଏହାକୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କର ଉଡ଼ିଲା ହୋସ, କାରଣ କ’ଣ? ଆସନ୍ତୁ ଜାଣିବା....

Advertisment
୪୫ ବର୍ଷର ଜମାପୁଞ୍ଜିକୁ ନେଇ ବ୍ୟାଙ୍କରେ ପହଞ୍ଚିଲେ ଯୁବକ, ଏହାକୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କର ଉଡ଼ିଲା ହୋସ, କାରଣ କ’ଣ? ଆସନ୍ତୁ ଜାଣିବା....

ସବୁ ଲୋକ ନିଜ ଭବିଷ୍ୟତକୁ ଆଖି ଆଗରେ ରଖି କରୁଥିବା ଆୟରୁ କିଛି କିଛି ସଞ୍ଚୟ କରି ରଖିଥାନ୍ତି । ଲୋକମାନଙ୍କୁ ଏହି କାମରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ମଧ୍ୟ ରହିଛି । କିନ୍ତୁ କିଛି ଲୋକ ନିଜେ ଆୟ କରୁଥିବା ଟଙ୍କା ବ୍ୟାଙ୍କରେ ଜମା ନ ରଖି ଘରେ ଜମା କରି ରଖିଥାନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଦକ୍ଷିଣ ଆମେରିକାର ଲୁସିୟାନାରେ । ଜଣେ ଲୋକ ନିଜ ୪୫ ବର୍ଷର ଜମା ପୁଞ୍ଜିକୁ ବ୍ୟାଙ୍କରେ ନ ରଖି ଘରେ ଜମା କରି ରଖିଥିଲେ । ୪୫ ବର୍ଷ ପରେ ସେ ତାଙ୍କର ଏହି ପୁଞ୍ଜିକୁ ବ୍ୟାଙ୍କରେ ଜମା କରାଇବେ ବୋଲି ମନସ୍ଥ କଲେ ।

publive-image

ସେଥିପାଇଁ ସେ ଜମା କରିଥିବା ପୁଞ୍ଜିକୁ ନେଇ ବ୍ୟାଙ୍କରେ ପହଞ୍ଚିଥିଲେ । ସେଠି ଯାହା ଘଟିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଓଥା ଏଣ୍ଡର୍ସ ୧୨ଟି ବଡ଼ ବଡ଼ କଏନ୍‌ ବକ୍ସ ନେଇ ପହଞ୍ଚିବା ସହ ଏହାକୁ ବଦଳାଇ ତାଙ୍କୁ ନୋଟ୍‌ ଦିଆ ଯାଉ ବୋଲି କହିଥିଲେ । ଏଣ୍ଡର୍ସଙ୍କ କଏନ ବକ୍ସକୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କର ହୋସ ଉଡ଼ି ଯାଇଥିଲା । ଏତେ ସଂଖ୍ୟକ କଏନ୍‌କୁ ସେ କିପରି ଗଣିବେ ବୋଲି ବ୍ୟାଙ୍କ କର୍ମଚାରୀମାନେ ପ୍ରଥମେ ମନା କରି ଦେଇଥିଲେ । କିନ୍ତୁ ପରେ ଏହାକୁ ବଦଳାଇ ନୋଟ୍‌ ଦେବେ ବୋଲି ରାଜି ହୋଇଥିଲେ । ଶେଷରେ କଏନ୍‌ ଗଣା ଆରମ୍ଭ କରାଯାଇଥିଲା । ପାଖା ପାଖି ୫ ଘଣ୍ଟା ପରେ ଗଣତି ସରିଥିଲା । ଗଣତି ସରିବା ପରେ ତାହା ୩.୫ଲକ୍ଷ ଟଙ୍କା ହୋଇଥିଲା ବୋଲି ଜଣା ପଡ଼ିଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe