କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ମାସ୍କ ବଦଳରେ ବୃଦ୍ଧ ଅଜଗର ଗୁଡ଼ାଇ ହୋଇଛନ୍ତି

Advertisment
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ମାସ୍କ ବଦଳରେ ବୃଦ୍ଧ ଅଜଗର ଗୁଡ଼ାଇ ହୋଇଛନ୍ତି

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ମାସ୍କ, ସାନିଟାଇଜର ଏବଂ ପିପିଇ କିଟ୍ ବ୍ୟବହାର କରୁଥିବା ‌ବେଳେ ଜଣେ ବ୍ୟକ୍ତି ସାପକୁ ନିଜର ମାସ୍କ ଭାବେ ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମଞ୍ଚେଷ୍ଟରର ସାଲଫୋର୍ଡରେ ଏହି ଅଦ୍ଭୁତ ଘଟଣାର ଏକ ଭିଡିଓ ସୁଟ୍ କରାଯାଇଛି। ଯେଉଁଥିରେ ବସ୍ ସିଟରେ ବସିଥିବା ବ୍ୟକ୍ତି ମାସ୍କ ପରି ବେକରେ ଅଜଗର ସାପକୁ ଗୁଡ଼ାଇ ହୋଇ ବସିଛନ୍ତି।

publive-image

ଏହି ଘଟଣା ବିଷୟରେ ଉକ୍ତ ବସରେ ବସିଥିବା ଜଣେ ମହିଳା ଯାତ୍ରୀ କହନ୍ତି, ପ୍ରଥମେ ମୁଁ ଭାବିଥିଲି ଏହା ଏକ ଡିଜାଇନର୍ ମାସ୍କ । କିନ୍ତୁ ଯେତେବେଳେ ସାପଟି ବ୍ୟକ୍ତିଙ୍କ ଗଳାରୁ ହଲଚଲ ହେବା ଆରମ୍ଭ କରିଥିଲା ମୁଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଜାଣିବାକୁ ପାଇଥିଲି ଯେ ବେକରେ ମାସ୍କ ନୁହେଁ ଏକ ବାସ୍ତବ ସାପ ରହିଛି।

ଏହି ଘଟଣାର ଭିଡିଓ ସୁଟ୍ କରିଥିବା ବସ୍‌ରେ ଥିବା ଆଉ ଜଣେ ଯାତ୍ରୀ କହିଛନ୍ତି ଯେ ଏଭଳି ଦୃଶ୍ୟ ଦେଖିବା ଅତ୍ୟନ୍ତ ମନୋରମ ଥିଲା।

ବସ୍‌ରେ ଏପରି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ପୁଲିସ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ଏହି ଦୃଶ୍ୟକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe