ନୂଆଦିଲ୍ଲୀ: ହିଂସ୍ର ପଶୁମାନଙ୍କଠାରୁ ସର୍ବଦା ଦୂରତା ବଜାୟ ରଖିବା ଉଚିତ। କାରଣ ଏମାନେ ମଣିଷ ଉପରେ କୌଣସି ବି ପରିସ୍ଥିତିରେ ଆକ୍ରମଣ କରି ପାରନ୍ତି। ସେ ରାସ୍ତାରେ ବୁଲୁଥିବା କୁକୁର ହେଉ କିମ୍ବା ଷଣ୍ଢ । ତେବେ ନିକଟରେ ଜଣେ ବ୍ୟକ୍ତି ଏକ ବିଶାଳ କୁମ୍ଭୀର ଉପରେ ବସି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ନୀଳ ରଙ୍ଗର ସାର୍ଟ ପିନ୍ଧି ମୁଣ୍ଡରେ ଟୋପି ଲଗାଇ ଏକ ବିଶାଳ କୁମ୍ଭୀର ନିକଟକୁ ଯାଉଛନ୍ତି। ଏହି ସମୟରେ କୁମ୍ଭୀର ପାଟି ଖୋଲି ଆକ୍ରମଣ କରିବାକୁ ଚେଷ୍ଟା କରୁଛି। କିନ୍ତୁ ବ୍ୟକ୍ତି ଜଣକ ଭୟ ନକରି କୁମ୍ଭୀର ପିଠିରେ ବସି ତାର ମଜା ନେଇ ନାଚିବା ଆରମ୍ଭ କରି ଦେଉଛନ୍ତି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
View this post on Instagram
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଇନଷ୍ଟାଗ୍ରାମରେ ୱାଇଲ୍ଡ ଲାଇଫ୍ ଷ୍ଟୋରୀ_ ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
ଜଣେ ଉସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ଦେଖିବା ପରେ ଲେଖିଛନ୍ତି, ' କୁମ୍ଭୀରଟି ଧୀରେ ଧୀରେ ପାଟି ଖୋଲୁଥିଲା, ମୁଁ ଭାବୁଛି ଯଦି ସେ ଆଉ କିଛି ସେକେଣ୍ଡ ଅପେକ୍ଷା କରିଥାନ୍ତେ, ତେବେ ସେ ହୁଏତ କୁମ୍ଭୀର ଶିକାର ହୋଇ ଯାଇଥାନ୍ତେ।'
Follow Us