ଦଇବ ହେଲା ସାହା; ଦ୍ରୁତଗତିରେ ଆସୁଥିବା ଟ୍ରକ ସାମ୍ନାକୁ ଚାଲିଯାଇଥିବା ଶିଶୁର ବଞ୍ଚିଲା ଜୀବନ

Advertisment
ଦଇବ ହେଲା ସାହା; ଦ୍ରୁତଗତିରେ ଆସୁଥିବା ଟ୍ରକ ସାମ୍ନାକୁ ଚାଲିଯାଇଥିବା ଶିଶୁର ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଟ୍ରକ୍ ଧକ୍କା ଦେବା ପୂର୍ବରୁ ଆଖି ପିଛୁଳାକେ ଜଣେ ଶିଶୁର ଜୀବନ ବଞ୍ଚାଇ ଦେଇଥିବା ଘଟଣା ଦେଖିବାକୁ ମିଳୁଛି। ଏହି ଭିଡିଓରେ ଥିବା ଦୃଶ୍ୟକୁ ଯିଏ ଦେଖୁଛନ୍ତି ସିଏ ସ୍ତବ୍ଧ ହୋଇଯାଉଛନ୍ତି।

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଛୋଟ ପିଲା ଖେଳୁଖେଳୁ ହଠାତ ରାସ୍ତାକୁ ଦୌଡ଼ି ଆସୁଛି। ଏହି ସମୟ‌ରେ ହଠାତ୍ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଶିଶୁ ସାମ୍ନାକୁ ଚାଲି ଆସୁଛି। ଆଉ ସୌଭାଗ୍ୟବଶତଃ ଜଣେ ବ୍ୟକ୍ତି ଉକ୍ତ ସ୍ଥାନରୁ ଶିଶୁକୁ ଉଦ୍ଧାର କରି ନେଇ ଯାଇଥିଲେ। ଆଉ ଟ୍ରକ ଚାଳକ ବି ଜୋରରେ ବ୍ରେକ ଦେଇ ରାସ୍ତାରେ ଅଟକି ଯାଇଥିଲେ।

ଲୋକମାନେ ଭିଡିଓ ଦେଖିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଲୋକମାନେ ସେହି ବ୍ୟକ୍ତିଙ୍କ ସାହସକୁ ପ୍ରଶଂସା କରୁଛନ୍ତି ଯିଏ ଶିଶୁର ଜୀବନ ରକ୍ଷା କରିଛନ୍ତି। କାରଣ ଯଦି ଏହି ବ୍ୟକ୍ତି ଜଣକ ଠିକ୍ ସମୟରେ ପହଞ୍ଚି ନଥାନ୍ତେ, ତେବେ ଶିଶୁର ଜୀବନ ପ୍ରତି ବିପଦ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe