ନୂଆଦିଲ୍ଲୀ: ସୁନାମି ନାମ ଶୁଣିଲେ ଲୋକଙ୍କ ମନରେ ଭୟ ଦେଖା ଦେଇଥାଏ। କାରଣ ସୁନାମି ଯେଉଁ ଅଞ୍ଚଳକୁ ଆସିଥାଏ, ସେ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥାଏ। ସୁନାମି ଅନେକ ଲୋକଙ୍କ ଜୀବନ ନେଇ ଯାଇଛି।
ନିକଟରେ ଟୋଙ୍ଗା ଆଗ୍ନେୟଗିରି ବିସ୍ଫୋରଣ ପରେ ଜଣେ ୫୭ ବର୍ଷୀୟ ଦିବ୍ୟାଙ୍ଗ ସୁନାମିର ଶିକାର ହୋଇଥିଲେ, କିନ୍ତୁ ସେ ସାହସ ହରାଇଲେ ନଥିଲେ। କ୍ରମାଗତ ଭାବେ ୨୭ ଘଣ୍ଟା ଧରି ପାଣିରେ ପହଁରି ନିଜ ଜୀବନ ବଞ୍ଚାଇଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ଆଗ୍ନେୟଗିରି ବିସ୍ଫୋରଣ ପରେ ଅନେକ ସ୍ଥାନରେ ସୁନାମି ଆସିଥିଲା। ଉଭୟ ପାଦ ଅଚଳ ଥିବା ଲିସାଲା ଫୋଲାଉ ମଧ୍ୟ ସୁନାମିରେ ପ୍ରଭାବିତ ହୋଇଥିଲେ। ସେ ସନ୍ଧ୍ୟା ପ୍ରାୟ ୬ଘଟିକା ସମୟରେ ପୁଅ ଓ ଭଣଜା ସହ ବସିଥିବା ବେଳେ ଏହି ଘଟଣା ଘଟିଥିଲା। ଏହି ସମୟରେ ହଠାତ୍ ସମୁଦ୍ରରୁ ଉଠିଥିବା ଏକ ବଡ଼ ଲହଡି ତାଙ୍କ ଘରକୁ ଭସାଇ ନେଇଥିଲା।
ସେଦିନର ଲୋମଟାଙ୍କୁରା ଘଟଣାକୁ ଲିସାଲା ଫୋଲାଉ ସୋସିଆଲ ମିଡିଆରେ ଲୋକଙ୍କ ସହ ସେୟାର କରିଛନ୍ତି। ସେ କହିଛନ୍ତି ଯେ ମୁଁ ପୁଅ ଏବଂ ଭଣଜା ସହିତ ବସିଥିବା ବେଳେ ହଠାତ ସମୁଦ୍ରରୁ ଉଠିଥିବା ପ୍ରବଳ ଲହଡ଼ି ମୋତେ ଭସାଇ ନେଇଥିଲା।
ମୁଁ ନିଜକୁ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲି। ଏଥିପାଇଁ ଏକ ଗଛର ସାହାଯ୍ୟ ନେଇଥିଲି। ଏକ ବଡ଼ ଲହଡ଼ି ମୋତେ ଅନେକ କିଲୋମିଟର ଦୂରକୁ ନେଇଯାଇଥିଲା। ଫଳରେ ମୁଁ ଏକ ଦ୍ୱୀପରେ ପହଞ୍ଚିଯାଇଥିଲି। ଏହି ସମୟରେ ଜୀବନ ବଞ୍ଚାଇବା ପାଇଁ ମୁଁ ୨୭ ଘଣ୍ଟା ଧରି ପହଁରି ଚାଲିଥିଲି। ୧୨କିଲୋମିଟର ପହଁରିବା ପରେ ରାତି ପ୍ରାୟ ୧୦ଟା ସମୟରେ ତୋଙ୍ଗତାପୁରେ ପହଞ୍ଚିବାରେ ସଫଳ ହୋଇଥିଲି। ଜୀବନ ବଞ୍ଚାଇ ଫେରିବା ପରେ ଜାଣିବାକୁ ପାଇଲି କି ମୋ ପୁଅ ଓ ଭଣଜା ଏଯାବତ ନିଖୋଜ ଅଛନ୍ତି।
Follow Us