www.indiatoday.in
ନୂଆଦିଲ୍ଳୀ: ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ। ସେ ବହୁତ ଭଲ ଭାବରେ ଜାଣନ୍ତି ପ୍ରଶଂସକମାନଙ୍କୁ କିପରି ବାନ୍ଧି କରି ରଖାଯାଏ। ଅନ୍ଲାଇନ୍ରେ ବିଭିନ୍ନ ପ୍ରକାରର ଭାଇରାଲ୍ ଭିଡିଓ ସେୟାର୍ କରିବା ସହ ଆନନ୍ଦ ମହିନ୍ଦ୍ରା ତାଙ୍କ ପ୍ରଶଂସକମାନଙ୍କ ସହ ସିଧାସଳଖ କଥା ହେବାରେ ବି ବେଶ ଧୁରନ୍ଧର।
ନିକଟରେ ସୁନ୍ଦର ସେଟ୍ଟୀ ନାମକ ଜଣେ ଯୁବକ ଆନନ୍ଦ ମହିନ୍ଦ୍ରାଙ୍କୁ ଟ୍ୟାଗ୍ କରି ଏକ ପୋଷ୍ଟ୍ ଲେଖିଛନ୍ତି। ଯୁବକ ଜଣକ ତାଙ୍କ ପୋଷ୍ଟ୍ରେ ନିଜ ବାପାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ‘ହାଏ ଆନନ୍ଦ ସାର୍, ମୁଁ ହେଉଛି ସୁନ୍ଦର ସେଟ୍ଟୀ। ମୋ ବାପା ୧୯୬୫ ମସିହାରେ ମହିନ୍ଦ୍ରା କାଣ୍ଡିଭାଲି କାରଖାନା କ୍ୟାଣ୍ଟିନ୍ରେ ଜଣେ ଚା ବିକାଳୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ତାଙ୍କ ଦକ୍ଷତାକୁ ଦେଖି ଜଣେ ଅଧିକାରୀ ତାଙ୍କୁ ୱେଲ୍ଡିଂ ବିଭାଗରେ ଚାକିରି ପ୍ରଦାନ କରିିଥିଲେ।’
ଆନନ୍ଦ ଏହି ଟ୍ବିଟ୍ରେ ଲେଖିଛନ୍ତି, ‘ବିଳମ୍ବରେ ପ୍ରିତିକ୍ରିୟା ଦେଉଥିବାରୁ କ୍ଷମା ଚାହୁଁଛି। ତୁମ ବାପାଙ୍କ ପରି ଲୋକଙ୍କ କାହାଣୀ ମୋତେ ଅଧିକ କାମ କରିବାକୁ ପ୍ରେରଣା ଦେଉଛି। ଜୀବନକୁ ପରିବର୍ତ୍ତନ କରିବା ପାଇଁ ବ୍ୟବସାୟ ହେଉଛି ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଶକ୍ତି।’
Follow Us