https://www.indiatimes.com/
ନୂଆଦିଲ୍ଲୀ: ଏବେ ଏମିତି ଏକ ସମୟ ଆସିଛି ଯେଉଁ ସମୟରେ କି କେତେଟି ଦେଶରେ ବୋମା ବିସ୍ଫୋରଣ ଏକ ସାଧାରଣ କଥା ହୋଇ ରହିଗଲାଣି। କେବେ ଓ କେଉଁଠି ଏହି ବିସ୍ଫୋରଣ ହେବ ତାହା କେହି କହି ପାରିବେ ନହିଁ। ଅଶାନ୍ତି ଓ ଭୟର ଏଭଳି ବାତାବରଣରୁ ପିଲାମାନଙ୍କୁ କିଭଳି ଦୂରେଇ ରଖି ହେବ ତାହା ସମସ୍ତ ଅଭିଭାବକଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
https://www.indiatimes.com/ବିଶେଷ ଭାବେ ଦକ୍ଷିଣ ସିରିଆର ଟର୍କିଶ୍ ବର୍ଡରରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି। ସିରିଆ ବାୟୁସେନା ଏବଂ ରୁଷିଆ ସେନା ମଧ୍ୟରେ ଇଦଲିବରେ ଲାଗିଥିବା ଲଢେଇରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ନାନା ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡୁଛି। ଅଧିକାଂଶ ସମୟରେ ସେଠାରେ ବୋମା ଫୁଟୁଛି। ବୋମା ଶବ୍ଦରୁ ନିଜ ଶିଶୁକୁ ଭୟଭୀତ ହେବାରୁ ରକ୍ଷା କରିବା ପାଇଁ ଜଣେ ବାପା ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି।
ସୋସିଆଲ ମିଡିଆରେ ଏହି ବାପ-ଝିଅଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅଲ୍ଲୀ ମୁସ୍ତାଫା ନାମକ ଜଣେ ଟୁଇଟର ବ୍ୟବହାରକାରୀ ନିଜ ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରିଛନ୍ତି। ଅବଦ୍ଦୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ୪ବର୍ଷର ଝିଅଟିଏ ଅଛି। ଇଦଲିବରେ ବୋମା ଫୁଟିବା ମାତ୍ରେ କୁନି ଝିଅ ସେଲଭା ଭୟଭୀତ ହୋଇ ପଡୁଥିବାରୁ ଅବଦୁଲ୍ଲା ତାଙ୍କ ପାଇଁ ଏକ ଖେଳ ପ୍ରସ୍ତୁତ କରିଥିଲେ। ଖେଳର ନିୟମ ଅନୁଯାୟୀ ଯେତେବେଳେ ବୋମା ଫୁଟିବାର ଶବ୍ଦ ହେବ ସେତେବେଳେ ଉଭୟ ବାପ ଏବଂ ଝିଅ ଖୁବ୍ ଜୋରରେ ହସିବେ। ଯାହାଦ୍ୱାରା ବୋମାର ଶବ୍ଦ ଆଉ ଶୁଣି ହେବ ନାହିଁ।
ବାସ୍ତବରେ ଏଭଳି ବିଷମ ପରିସ୍ଥିତିରେ ନିଜ ପିଲାଙ୍କ ସହିତ ହସିବାକୁ ମନରେ ଦୃଢ଼ ସାହାସ ଓ ଶକ୍ତି ଥିବା ଆବଶ୍ୟକ। ଯାହାକି ଅବଦୁଲ୍ଲାଙ୍କ ପାଖରେ ପର୍ଯ୍ୟାପ୍ତ ରହିଛି।
Follow Us