ମଦନିଶାରେ ଦୁଇଟି ଷଣ୍ଢ ଲଢ଼େଇକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ଯୁବକ, ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓରେ

Advertisment
ମଦନିଶାରେ ଦୁଇଟି ଷଣ୍ଢ ଲଢ଼େଇକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ଯୁବକ, ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓରେ

ନୂଆଦିଲ୍ଲୀ: ମଦ ନିଶାରେ କେତେକ ଲୋକ ଏପରି କାମ କରି ଥାଆନ୍ତି ଯାହା ସମ୍ପର୍କରେ ସେମାନଙ୍କୁ କିଛି ଜଣାହିଁ ନଥାଏ। ନିକଟରେ ଜଣେ ବ୍ୟକ୍ତି ମଦ ନିଶାରେ ନିଜର ଗୁପ୍ତାଙ୍ଗ କାଟି ଦେଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଆଉ ଜଣେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାକୁ ପାଇଁ କ୍ୟାବ୍‌ ବୁକ୍‌ କରି ଦେଇଥିଲେ। ମଦନିଶାରେ ଲୋକମାନଙ୍କ ଏଭଳି ଅଦ୍ଭୁତ ଘଟଣା ସାମ୍ନାକୁ ଆସିଥାଏ। ସେହିପରି ଜଣେ ବ୍ୟକ୍ତି ମଦନିଶାରେ ରାସ୍ତାରେ ଲଢ଼େଇ ଲାଗୁଥିବା ଦୁଇଟି ଷଣ୍ଢକୁ ରୋକିବା ପାଇଁ ଚେଷ୍ଟା କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

publive-image

ଇଣ୍ଟରନେଟରେ ଘୁରି ବୁଲୁଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ରାସ୍ତାରେ ଲଢ଼େଇ ଲାଗୁଥିବା ଦୁଇଟି ଷଣ୍ଢକୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି। ସେତେବେଳେ କିନ୍ତୁ ସେ ହୋସରେ ନଥିବା ଭଳି ଜଣାପଡ଼ୁଛି। ଅର୍ଥାତ୍‌ ମଦପାନ କରି ନିଶାରେ ଟଳମଳ ହେଉଛନ୍ତି।

ଛତିଶଗଡ଼ର କୋରବାରେ ରହୁଥିବା ଏକ ବ୍ୟକ୍ତି ସଡ଼କରେ ଯାଉଥିବା ସମୟରେ ହଠାତ୍‌ ଦୁଇଟି ଷଣ୍ଢ ଲଢ଼େଇ କରୁଥିବାର ଦେଖିବାକୁ ପାଇଥିଲେ। ତେଣୁ ସେ ଦୁହିଁଙ୍କୁ ଲଢ଼େଇରୁ ଅଲଗା କରିବାକୁ ଚେଷ୍ଟା କରୁଥିଲେ। ତେବେ ଏହି ବ୍ୟକ୍ତିକୁ ଏପରି କରିବାକୁ ଜଣେ ଯୁବକ ଅଟକାଇ ଥିଲେ। କିନ୍ତୁ ସେ ତାଙ୍କ କଥାକୁ ତିଳେ ମାତ୍ରେ ଖାତିର୍‌ କରି ନଥିଲେ। କିଛି ସମୟ ପରେ ଦେଖୁ ଦେଖୁ ଏକ ଷଣ୍ଢ ଉକ୍ତ ବ୍ୟକ୍ତଙ୍କୁ ଶିଙ୍ଘରେ ଉଠାଇ ଚଟାଣରେ କଚାଡି ଦେଇଥିଲା। ଏହାପରେ ପୁଣି ଦୁଇଟି ଷଣ୍ଢ ଲଢ଼େଇ ଆରମ୍ଭ କରିଥିଲେ। ଏହାପରେ ସେହି ବ୍ୟକ୍ତି ସେଠାରେ ବସି ଷଣ୍ଢ ଲଢ଼େଇ ଦେଖିବାକୁ ଲାଗିଥିଲା।

କୁହାଯାଉଛି କି ଏହି ଭିଡିଓଟି ବହୁତ ପୁରୁଣା। କିନ୍ତୁ ଇଣ୍ଟରନେଟରେ ଏହାକୁ ନିକଟରେ ସେୟାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe