ସବୁଠାରୁ ବିକୃତ ମଣିଷ ଭାବେ ପରିଚୟ ହାସଲ କରିବା ପାଇଁ ଯୁବକ ୧୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ସାରିଲେଣି

Advertisment
ସବୁଠାରୁ ବିକୃତ ମଣିଷ ଭାବେ ପରିଚୟ ହାସଲ କରିବା ପାଇଁ ଯୁବକ ୧୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ସାରିଲେଣି

ନୂଆଦିଲ୍ଲୀ: ମଣିଷର ବିଭିନ୍ନ ପ୍ରକାରର ସଉକ ରହିଥାଏ। ନିଜନିଜ ସଉକକୁ ପୂରଣ କରିବା ପାଇଁ ଜଣେଜଣେ କିଛିବି କରିବାକୁ ପ୍ରସ୍ତୁତ ଥାଆନ୍ତି। ଏମିତି ଜଣେ ଯୁବକଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

କାନାଡ଼ାର ଜଣେ ୩୦ବର୍ଷୀୟ ଯୁବକଙ୍କ ନାମ ହେଉଛି ଜୋଶୁଆ ବନ୍ସ। ଜୋଶୁଆ ନିଜ ଶରୀରକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ଏହି କାରଣରୁ ସେ ମାତ୍ର ୧୯ ବର୍ଷ ବୟସରୁ ନିଜ ଶରୀରରେ ଟାଟୁ ଆଙ୍କିବା ଆରମ୍ଭ କରି ଦେଇଥିଲେ। ୩୦ବର୍ଷ ବୟସରେ ସେ ନିଜ ଶରୀରକୁ ଏକ ଜୀବନ୍ତ ଡ୍ରାଗନ ଭଳି କରିସାରିଛନ୍ତି। ଏଥିପାଇଁ ହଜାରେ କି ଦୁଇହଜାରେ ନୁହେଁ ସେ ୧୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି।


<p>कोई भी उसे पहली नजर में देखकर डर जाएगा। उसका लक्ष्य है दुनिया के सबसे ज्यादा विकृत इंसान के रूप में अपनी पहचान बनाने की। </p></p>
<p> https://hindi.asianetnews.com/

ନିଜକୁ ବିକୃତ ମଣିଷ ଭଳି ସଜାଇବା ପାଇଁ ଜୋଶୁଆ ନିଜ କାନ ଏବଂ ଆଖିରେ ମଧ୍ୟ ଟାଟୁ ଆଙ୍କିଛନ୍ତି। କେବଳ ଏତିକି ନୁହେଁ, ସାପ ଭଳି ଦେଖାଯିବା ପାଇଁ ସେ ନିଜ ଜିଭକୁ ବି କାଟି ଦେଇଥିଲେ। ଏତିକିରେ ସେ ଅଟକି ନଥିଲେ ଶରୀରରେ ଗୋଟିଏ ପରେ ଗୋଟିଏ ଅଙ୍ଗର ଅସ୍ତ୍ରୋପଚାର କରି ନିଜକୁ ବିକୃତ କରିବାରେ ଲାଗିଥିଲ। ଜୋଶୁଆଙ୍କ ଏଭଳି ଅବତାରକୁ  ଯିଏ ଦେଖୁଛନ୍ତି ତାଙ୍କୁ ଭୟ କରି ଯାଉଛନ୍ତି। ଜୋଶୁଆଙ୍କ ଏଭଳି ବିକୃତ ରୂପର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe