ମାରୁତି ୮୦୦କାର ଛାତ ଉପରେ ପାନ ଦୋକାନକୁ ଦେଖି ଆଇପିଏସ ଦେଲେ ଏଭଳି ପ୍ରତିକ୍ରିୟା

ମାରୁତି ୮୦୦କାର ଛାତ ଉପରେ ପାନ ଦୋକାନକୁ ଦେଖି ଆଇପିଏସ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜୁଗାଡ଼ର ଟେକନିକ ଭାରତର ସବୁଠାରୁ ପ୍ରସିଦ୍ଧ ଟେକନିକ ମଧ୍ୟରୁ ଗୋଟିଏ ରହିଛି। ଅନେକ ସମୟରେ ଲୋକଙ୍କ ଜୁଗାଡ଼ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ନିକଟରେ ଏମିତି ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ମାରୁତି ୮୦୦କାରକୁ ଦେଖିବାକୁ ମିଳୁଛି। ଏହି କାର ଛାତ ଉପରେ ଜଣେ ବ୍ୟକ୍ତି ପାନ ଦୋକାନ ଖୋଲିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏହି ରାସ୍ତା ଦେଇ ଯିଏ ବି ଯାଆନ୍ତି, ଉକ୍ତ ପାନ ଦୋକାନରୁ ପାନ ଖାଇବାକୁ ପସନ୍ଦ ବି କରିଥାଆନ୍ତି।

ଏହି ଫଟୋ ଟି ଏତେ ମଜାଳିଆ କି ଆଇପିଏସ ପଙ୍କଜ ଜୈନ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଟୁଇଟରରେ ସେ ସେୟାର କରି ଲେଖିଛନ୍ତି, ‘ବହୁତ ସୃଜନଶୀଳ ’। ତେବେ ସେ ଏହି ଫଟୋର କ୍ରେଡିଟ ସୋସିଆଲ ମିଡିଆକୁ ଦେଇଛନ୍ତି। ଏହି ଫଟୋରେ ଦେଖିବାକୁ ମିଳିଛି କି, ଏକ ପୁରୁଣା ୮୦୦ କାର ଛିଡ଼ା ହୋଇଛି। ଆଉ ଏହାର ଛାତ ଉପରେ ଏକ ପାନ ଦୋକାନ ରହିଛି।

କିଛିଲୋକ ଏହି ଫଟୋ ଦେଖି ଏହାକୁ ଲକ୍ଷ୍ମୌର ବୋଲି କହୁଛନ୍ତି। ଏହି ଫଟୋ ଦେଖି ଜଣେ ଲେଖିଛନ୍ତି, ଏହି ସୁନ୍ଦର ଦୋକାନକୁ ଆସି ସାରିଛି, ଆଉ ମିଠା ପାନ ବି ଖାଇ ସାରିଛି। ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe