ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି ରାସ୍ତାରେ ବୁଲିଲେ ଯୁବକ

ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି ରାସ୍ତାରେ ବୁଲିଲେ ଯୁବକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ଭାଇରାଲ ‌ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଓ ଫଟୋ ଥାଏ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ।

ନିକଟରେ ଜଣେ ବ୍ୟକ୍ତି ଦିଲ୍ଲୀ ମ୍ୟାଟ୍ରୋରେ ଅଦ୍ଭୁତ ପ୍ରକାର ପୋଷାକପିନ୍ଧି ଯାତ୍ରା କରୁଥିବାର ଦେଖିବ‌ାକୁ ମିଳିଥିଲା। ଏହି କ୍ରମରେ ଆଉ ଏକ ଘଟଣାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି ରାଜପଥରେ ବୁ‌ଲାବୁଲି କରୁଛନ୍ତି। କେବଳ ଏତିକି ନୁହେଁ, ସେ ମୁଣ୍ଡରେ ମହିଳାଙ୍କ ଭଳି ଲମ୍ବା ‌ କେଶ ଲଗାଇ ହାତରେ ବ୍ୟାଗ ବି ଧରିଛନ୍ତି।

ତେବେ ଉକ୍ତ ଯୁବକ ଜଣକ ଏପରି କାହିଁକି କରିଛନ୍ତି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। କିନ୍ତୁ ଭିଡିଓଟି ଦିଲ୍ଲୀର ବୋଲି କିଛି ଲୋକ ଦାବି କରିବା ସହିତ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଦିଲ୍ଲୀରେ ପ୍ରବଳ ଗରମ ହେଉଛି। ତେଣୁ ବ୍ୟକ୍ତି ଜଣକ ବୋଧ ହୁଏ ଗରମ ସହି ନପାରି ଏଭଳି ପୋଷାକ ପରିଧାନ କରିଛନ୍ତି। ଯାହାକୁ ଦେଖିଲେ ମୁହଁରେ ଆପଣାଛାଏଁ ହସ ଖେଳି ଯାଉଛି। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe