Advertisment

ମନ୍ଦିର ପରିସରରେ ସ୍ତ୍ରୀଙ୍କ ପାଦସ୍ପର୍ଶ କରୁଥିବା ସ୍ବାମୀଙ୍କୁ ଦେଖି ରାଗିଗଲେ ବୃଦ୍ଧା; ଦେଲେ ଏଭଳି ପ୍ରତିକ୍ରିୟା

Advertisment
gtertg

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ‌ହୋଇଥାଏ। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ଭିଡିଓକୁ ନେଇ ଲୋକେ ଚର୍ଚ୍ଚା କରୁଥିବା ବେଳେ ଆଉ କିଛି ଭିଡିଓକୁ ସମାଲୋଚନା କରାଯାଇଥାଏ। 

ସମ୍ପ୍ରତି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି ମନ୍ଦିର ବାହାରେ ତାଙ୍କ ସ୍ତ୍ରୀଙ୍କ ପାଦ ଛୁଇଁ ଭିଡିଓ କରୁଛନ୍ତି। ଏହି ଦୃଶ୍ୟକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବୃଦ୍ଧାଙ୍କୁ ଠିକ ଲାଗି ନଥିଲା। ସେ ଅସନ୍ତୋଷ ବ୍ୟକ୍ତ କରି ଉକ୍ତ ଦମ୍ପତିଙ୍କୁ ଗାଳି କରିଥିଲେ।

ବୃଦ୍ଧ ସ୍ତ୍ରୀଙ୍କ ପାଦ ସ୍ପର୍ଶ କରିଥିବା ପୁରୁଷଙ୍କ ଉପରେ ଅତ୍ୟଧିକ ରାଗି ଯାଇ ସମସ୍ତଙ୍କ ସାମ୍ନାରେ ଗାଳି କରି କହିଥିଲେ, "ତୁମେ ତୁମର ସମସ୍ତ ବୁଦ୍ଧି ହରାଇ ଦେଇଛ ବୋଧେ!" 

ଏହା ଉପରେ, ପୁରୁଷ ତାଙ୍କର ଯୁକ୍ତି ଦେଇ କହିଥିଲେ, ’ ଆମର ମହିଳାଙ୍କ ପାଦ ଛୁଇଁବାର ପରମ୍ପରା ଅଛି।’

ପୁରୁଷଙ୍କ ଏ ଉତ୍ତର ଶୁଣି ବୃଦ୍ଧା ଆହୁରି ରାଗି ଯାଇ କହିଥିଲେ, ‘ମହିଳାମାନେ ମଧ୍ୟ ତୁମର ମାଆ ଏବଂ ଭଉଣୀ, ଯାଅ ଏବଂ ସେମାନଙ୍କ ପାଦ ଛୁଇଁ ଦିଅ, ତୁମେ ତୁମ ସ୍ତ୍ରୀଙ୍କ ପାଦ କାହିଁକି ଛୁଇଁବ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe