ନୂଆଦିଲ୍ଲୀ: ବିଶ୍ବରେ ଧନୀ ଲୋକଙ୍କ ସଂଖ୍ୟା ଗତ କିଛି ବର୍ଷ ମଧ୍ୟରେ ବଢ଼ି ବଢ଼ି ଚାଲିଛି। ଧନୀ ତାଲିକାରେ ଅନେକ ଯୁବପଢ଼ିଙ୍କ ନାମ ବି ଅଛି। ୱାର୍ଲଡ୍ ଅଫ୍ ଷ୍ଟାଟିଷ୍ଟିକ୍ସର ତାଲିକାକୁ ଦେଖିଲେ ସର୍ବପ୍ରଥମେ ଅଛି ମାର୍କ ଜୁକରବର୍ଗଙ୍କ ନାମ। ଆପଣ ଜାଣନ୍ତି ସେ ହେଉଛନ୍ତି ଫେସ୍ବୁକ୍ର ମାଲିକ। ୧୯୮୪ ମସିହା ମେ ୧୪ ତାରିଖରେ ଜନ୍ମିତ ମାର୍କ ଜୁକରବର୍ଗ ମାତ୍ର ୨୩ ବର୍ଷ ବୟସରେ ଦୁନିଆର କୋଟିପତି ତାଲିକାରେ ନିଜ ନାମ ଲେଖାଇବାରେ ସମର୍ଥ ହୋଇଥିଲେ।
ଆପଣ ଜାଣିଥିବେ ନିଶ୍ଚୟ ଯେ ନିଜ ସାଙ୍ଗମାନଙ୍କ ସହ ମିଶି ଆରମ୍ଭ କରିଥିବା ଫେସ୍ବୁକ୍ ଆଜି ଦୁନିଆର ସବୁଠାରୁ ବଡ଼ ସୋସିଆଲ୍ ନେଟ୍ୱର୍କିଂ ସାଇଟ୍ ବନିପାରିଛି। ମାର୍କ ଜୁକରବର୍ଗଙ୍କ ଫେସ୍ବୁକ୍କୁ ଯୁବପିଢ଼ିଙ୍କଠାରୁ ଏତେ ଗ୍ରହଣୀୟତା ମିଳିଲା ଯେ ସେ ଖୁବ୍ କମ୍ ବୟସରେ କୋଟିପତି ବନିଗଲେ। ଧୀରେ ଧୀରେ ଏହା କେବଳ ଯୁବ ନୁହେଁ, ବରଂ ସବୁ ବୟସର ଲୋକଙ୍କଠାରୁ ଗ୍ରହଣୀୟତା ପାଇବାରେ ଲାଗିଲା। ବ୍ଲୁମ୍ବର୍ଗ ମୁତାବକ, ଜୁକରବର୍ଗଙ୍କ ପୂରା ସଂପତ୍ତିର ମୂଲ୍ୟ ୮୬.୭୮ ଆରବ ଡଲାର୍। ସେ ହେଉଛନ୍ତି ବିଶ୍ବର ୧୨ତମ ଧନୀ ବ୍ୟକ୍ତି।
କେବଳ ଜୁକରବର୍ଗ ନୁହନ୍ତି, ସ୍ନାପ୍ ଆଇଏନ୍ସିର ସିଇଓ ଇଭାନ୍ ସ୍ପିଏଗେନ୍ ୨୫ ବର୍ଷରେ ଓ ଗୁଗୁଲ୍ ନିର୍ମାତା ଲୈରି ପେଜ୍ ୩୦ ବର୍ଷରେ କୋଟିପତି ବନି ପାରିଥିଲେ। ଲୈରି ପେଜ୍ଙ୍କ ସହ ଗୁଗୁଲ୍ର ସହ ନିର୍ମାତା ସାର୍ଗେଇ ବ୍ରିନ୍ ବି ୩୧ ବର୍ଷ ବୟସରେ କୋଟିପତି ବନି ପାରିଥିଲେ। ମାଇକ୍ରୋସପ୍ଟର ନିର୍ମାତା ବିଲ୍ ଗେଟ୍ସ ୩୧ ବର୍ଷ ବୟସରେ ଏହି ତାଲିକାରେ ସାମିଲ୍ ହୋଇଥିବା ବେଳେ ଆମାଜନ୍ର ଜେଫ୍ ବେଜୋସ୍ ୩୫ ବର୍ଷ ବୟସରେ କୋଟିପତି ତାଲିକାରେ ନିଜ ନାମ ଲେଖାଇଥିଲେ।
Follow Us