ଉଦାହରଣ ସାଜିଲେ ଏହି ଦିବ୍ୟାଙ୍ଗ: କଟା ହାତରେ ଘଣ୍ଟାକୁ ୧୦୦କିମି ବେଗରେ ଚଲାନ୍ତି ବାଇକ୍‌

ଉଦାହରଣ ସାଜିଲେ ଏହି ଦିବ୍ୟାଙ୍ଗ: କଟା ହାତରେ ଘଣ୍ଟାକୁ ୧୦୦କିମି ବେଗରେ ଚଲାନ୍ତି ବାଇକ୍‌

ନୂଆଦିଲ୍ଲୀ: ଟ୍ରେନ ଷ୍ଟେସନ ହେଉ କି ବସଷ୍ଟାଣ୍ଡ ସବୁଠି ଭିକାରି ଥିବାର ଦେଖିବାକୁ ମିଳିଥାଏ। ଏମାନଙ୍କ ମଧ୍ୟରେ କେତେ ଜଣ ଶାରୀରିକସ୍ତରରେ ସକ୍ଷମ ଥାଇ ବି ଭିକ ମାଗିଥାଆନ୍ତି। କିନ୍ତୁ ଅକ୍ଷମ ହୋଇବି ଏପରି ଲୋକ ଅଛନ୍ତି ଯେଉଁମାନେ ନିଜେ କାମ ନିଜେ କରିବା ପାଇଁ ପସନ୍ଦ କରନ୍ତି । କଥାରେ ଅଛି ‘ପଙ୍ଗୁ ଲଙ୍ଘେ ଗିରି’ ଆଉ ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ପଶ୍ଚିମବଙ୍ଗର ଝୁଣ୍ଟୁ ଚାଟାର୍ଜୀ । ଅକ୍ଷମତା ଅଗରେ ହାନ ନମାନି ମନକୁ ଦୃଢ଼ କରି ଆତ୍ମବିଶ୍ୱାସ ବଳରେ ଆଗେଇ ଚାଲିଛନ୍ତି ।

ପଶ୍ଚିମବଙ୍ଗର ପୁରୁଲିଆର ପାଞ୍ଚା ଗ୍ରାମର ଝୁଣ୍ଟୁ ଚାଟାର୍ଜୀ ବାସବାସ କରନ୍ତି। ଝୁଣ୍ଟୁଙ୍କୁ ଦେଖିଲେ ଯେକେହି ତାଙ୍କର ପ୍ରଶସାଂ କରିବ । ତାଙ୍କର ଡାହଣ ହାତ କଟିଯାଇଛି, ଏସବୁ ସତ୍ତ୍ୱେ ତାଙ୍କର ବାଇକ ଚାଳନା ଦେଖିଲେ ସମସ୍ତେ ଆଶ୍ୱର୍ଯ୍ୟ ହୋଇଯାଆନ୍ତି । ଗୋଟିଏ ହାତ ହରାଇଥିଲେ ବି ଘଣ୍ଟାକୁ ୧୦୦କିମି ବେଗରେ ବାଇକ ଚଲାବ ପାରନ୍ତି ଝୁଣ୍ଟୁ । ଝୁଣ୍ଟୁ ବାଇକ ଚଲାଇଲା ବେଳେ ଏକ ତାର ବାନ୍ଧି ଚଲାଇଥାନ୍ତି । ଏକ ଦୁର୍ଘଟଣାରେ ଝୁଣ୍ଟୁ ଡାହଣ ହାତ ହରାଇଥିଲେ । ଏହା ବ୍ୟତୀତ ତାଙ୍କର ଏକ କିଡନୀ ବି ନାହିଁ । ତାଙ୍କ ଝିଅର କିଡନୀ ଖରାପ ହେବାରୁ ସେ ତାଙ୍କ କିଡନୀ ଦେଇ ଦେଇଥିଲେ।

ଏତେ ଦୁଃଖ ସତ୍ତ୍ୱେ ଝିଣ୍ଟୁ କେବେ ହାରି ଯାଇନାହାନ୍ତି । ପ୍ରତିକୂଳ ପରିସ୍ଥିତି ସହ ଲଢ଼େଇ କରି ଅକ୍ଷମତାକୁ ଚ୍ୟାଲେଜ ଭାବେ ଗ୍ରହଣ କରି ସମସ୍ତଙ୍କ ପାଇଁ ପ୍ରରଣା ପାଲଟିଯାଇଛନ୍ତି । ଦୁର୍ଘଟଣାରେ ଗୋଟିଏ ହାତ ହରାଇବା ପରେ କେହି ବି ଭାବି ନଥିଲେ ଯେ ସେ ବାଇକ ଚଲାଇ ପାରିବେ । ସେ ଏକ୍ସଲଟେରରେ ଏକ ତାର ଟାଣି ନିଜ ବାହୁରେ ବାନ୍ଧି ବାଇକ ଚଳାଇ ଥାଆନ୍ତି। ତେବେ କେବଳ ଯେ ବାଇକ୍‌ ଚଳାନ୍ତି , ତା’ନୁହେଁ ନିଜର ସମସ୍ତ କାମ ଝୁଣ୍ଟୁ ନିଜେ କରିବା ପାଇଁ ପସନ୍ଦ କରନ୍ତି । ତେବେ ତାଙ୍କର ଏପରି କାମ ଯୋଗୁଁ ଦିବ୍ୟାଙ୍ଗଙ୍କମାନଙ୍କୁ ନିଶ୍ଚିତ ପ୍ରେରଣା ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe