ଗୋଟିଏ ହାତ ନ ଥାଇ କଠିନ ପରିଶ୍ରମ କରି ପରିବାର ପ୍ରତିପୋଷଣ କରୁଥିବା ଦିନେଶ କୁମାର ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ!

Advertisment
ଗୋଟିଏ ହାତ ନ ଥାଇ କଠିନ ପରିଶ୍ରମ କରି ପରିବାର ପ୍ରତିପୋଷଣ କରୁଥିବା ଦିନେଶ କୁମାର ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ!

ଦିନେଶ କୁମାର। ଯେ କି ଜଣେ ଦିନ ମଜୁରିଆ। ନିଜର ଗୋଟିଏ ହାତ ହରାଇଥିବା ଦିନେଶ କୁମାର ଭଙ୍ଗି ନ ପଡି ନିଜର ଦୃଢ଼ ମନୋବଳ ଯୋଗୁଁ କଠିନ ପରିଶ୍ରମ କରି ନିଜର ପରିବାର ପ୍ରତିପୋଷଣ କରିଚାଲିଛନ୍ତି। ଏଭଳି ଭାବେ ନଜକୁ ଅସହାୟ ମଣୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦିନେଶ କୁମାର ଆଜି ଉଦାହରଣ ସାଜିଛନ୍ତି।

ଜୀବନରେ ଅନେକ ଦୁଃଖ କଷ୍ଟ ଆସିଥାଏ। କିନ୍ତୁ ସେଗୁଡିକୁ ଯିଏ ଖାତିର ନକରି ଆଗକୁ ବଢିଥାଏ ସିଏ ହିଁ ପ୍ରକୃତ ହିରୋ ହୋଇଥାଏ। ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଦିନେଶ କୁମାର। ଦିନେଶ ଜଣେ ସାଧାରଣ ଲୋକ ଅଟନ୍ତି କିନ୍ତୁ ତାଙ୍କ ଧୈର୍ଯ୍ୟ ଏବଂ ଉଦ୍ୟମ ହିମାଳୟ ଭଳି ଅଟେ। ଯେଉଁଠି ଆମେ ଏକ ଛୋଟ ବିପଦକୁ ନେଇ ଡରି ଯାଇଥାଉ ସେଠାରେ ଗୋଟିଏ ହାତ ନଥାଇ ମଧ୍ୟ ଦିନେଶଙ୍କର ସାହାସ ପଥର ଭଳି ମଜଭୁତ ଅଟେ ଆଉ ସେଥିପାଇଁ ଦିନ ଦ୍ୱିପହରର ଟାଣ ଖରାରେ ଦିନେଶ ନିଜର ଗୋଟିଏ ହାତରେ ୧୪ ଲେନ ବିଶିଷ୍ଟ ହାଇୱେକୁ ଆକାର ଦେବା ପାଇଁ କାମ କରିଚାଲିଛନ୍ତି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୬ବର୍ଷ ପୂର୍ବେ ସୁଲତାନପୁରରେ ରହୁଥିବା ଦିନେଶଙ୍କୁ କରେଣ୍ଟ ଲାଗିବା କାରଣରୁ ତାଙ୍କର ଗୋଟିଏ ହାତ କାଟିବାକୁ ପଡିଥିଲା। ୬ ଜଣ ପିଲାମାନଙ୍କର ବାପା ହୋଇଥିବା କାରଣରୁ ପରିବାରର ସମସ୍ତ ଦାୟିତ୍ୱ ଦିନେଶଙ୍କ ଉପରେ ହିଁ ଥିଲା। ଏଭଳି ପରିସ୍ଥିତିରେ ହାର ମାନିଯିବା ପରିବର୍ତ୍ତେ ଦିନେଶ ଗୋଟିଏ ହାତରେ ନିଜ ପରିବାରର ଦାୟିତ୍ୱ ନେବା ପାଇଁ କାମ ଆରମ୍ଭ କରିଦେଇଥିଲେ। ଏବେ ସେ ୧୪ ଲେନ ବିଶିଷ୍ଟ ଜାତୀୟ ରାଜପଥରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଦିନେଶ ସେହି ଲକ୍ଷ ଲକ୍ଷ ଲୋକମାନଙ୍କ ପାଇଁ ଉଦାହରଣ ଅଟନ୍ତି ଯେଉଁମାନେ ଥରେ ବିଫଳ ହେବା ପରେ ଆତ୍ମହରା ହୋଇପଡିଥାନ୍ତି କିମ୍ବା ଭାଗ୍ୟକୁ ଦୋଷ ଦେଇ ବସିପଡିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe