କର୍କଟରେ ଯିବା ପରେ ବାପା ଲେଖିଥିବା ଶେଷ କେତୋଟି ଶବ୍ଦର ଅର୍ଥ ବୁଝିବାକୁ ସୋସିଆଲ୍‌ ମିଡିଆର ସାହାରା ନେଲେ ଝିଅ

କର୍କଟରେ ଯିବା ପରେ ବାପା ଲେଖିଥିବା ଶେଷ କେତୋଟି ଶବ୍ଦର ଅର୍ଥ ବୁଝିବାକୁ ସୋସିଆଲ୍‌ ମିଡିଆର ସାହାରା ନେଲେ ଝିଅ

ନୂଆଦିଲ୍ଳୀ: ଆତ୍ମହତ୍ୟା ପୂର୍ବରୁ ଅନେକ ଲୋକ ସୁଇସାଇଡ୍‌ ନୋଟ୍‌ ଲେଖିଯାଇଥାନ୍ତି। ମାତ୍ର ଜଣେ ବ୍ୟକ୍ତି ମରିବା ପୂର୍ବରୁ ତାଙ୍କ ଝିଅ ଓ ପତ୍ନୀଙ୍କ ଉଦ୍ଦେଶ୍ୟରେ ଏପରି ଏକ ବାର୍ତ୍ତା ଲେଖି ଯାଇଛନ୍ତି ଯାହାକୁ ଦେଖିବା ପରେ କାହାର ବି ‌ଆଖିରେ ଲୁହ ପଳେଇ ଆସୁଛି। ବ୍ୟକ୍ତି ଜଣକ କର୍କଟ ଆକ୍ରାନ୍ତ ଥିଲେ ଓ ସେ କିଛି କହିବା ପାଇଁ ସମର୍ଥ ନଥିଲେ। ସେଥିପାଇଁ ତାଙ୍କ ପତ୍ନୀ ତ‌ାଙ୍କୁ କାଗଜରେ କିଛି ଲେଖିବାକୁ କହିଲେ। ବ୍ୟକ୍ତି ଜଣକ ଯାହା ଲେଖି ଯାଇଛନ୍ତି ତାହା ଅତ୍ୟନ୍ତ ଲୋମଟାଙ୍କୁରା।

ତେବେ ବ୍ୟକ୍ତି ଜଣକ ଯାହା ଲେଖି ଯାଇଥିଲେ ତାହାକୁ ବୁଝିପାରି ନଥିଲେ ଝିଅ। ତାଙ୍କ ହାତ ଥରୁଥିବାରୁ ଅକ୍ଷର ଅସ୍ପଷ୍ଟ ଭାବେ ଲେଖା ହୋଇଥିଲା। ବାପାଙ୍କ ଯିବା ପରେ ବାପାଙ୍କ ବାର୍ତ୍ତା ବୁଝିବା ପାଇଁ ଝିଅ ଜଣକ ସୋସିଆଲ୍‌ ମିଡିଆରେ ସାହାଯ୍ୟ ନେଲେ। ଏହା ମୋ ବାପାଙ୍କ ଶେଷ ବାର୍ତ୍ତା। ମୁଁ ବୁଝିପାରୁନାହିଁ, ଯଦି କିଏ ବୁଝି ପାରୁଛନ୍ତ ତ ବୁଝାଇ ଦିଅନ୍ତୁ ବୋଲି ଏକ ପୋଷ୍ଟ୍‌ କରିଥିଲେ।

୨୪ ଘଣ୍ଟା ମଧ୍ୟରେ ପୋଷ୍ଟ୍‌ଟି ଭାଇରାଲ୍‌ ହୋଇଥିଲା। ଏହି ଘଟଣାଟି ହେଉଛି ଚୀନର। ଜଣେ ଚୀନୀ ବ୍ୟବହାରକାରୀ ପୋଷ୍ଟ୍‌ର ଅର୍ଥ କାଢ଼ି କହିଲେ କି ‘ମୋ ଯିବା ପରେ ଦୁଃଖ କରନାହିଁ। ଶକ୍ତିଶାଳୀ ହୁଅ’ ବୋଲି ଲେଖାଯାଇଛି। ବାପାଙ୍କ ଦୁଇପଦ ଅନ୍ତିମ ବାକ୍ୟ ବୁଝିବା ପରେ  ଝିଅ ଖୁବ୍ ଭାବପ୍ରବଣ ହୋଇ ପଡ଼ିଛନ୍ତି। ମୃତକଙ୍କର ପରିବାର ପ୍ରତି ଭଲପାଇବା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଭାବପ୍ରବଣ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe