ବିନା ଓଭାନ୍‌ରେ ଆମ୍ବ କେକ୍‌

Categories : ବିଶେଷ ଏବେ ବଜାରରେ ଭଳିକି ଭଳି ଆମ୍ବ ମିଳୁଛି। ଆସନ୍ତୁ ବିନା ଓଭନ୍‌ରେ ଅଳ୍ପ ପରିଶ୍ରମରେ ଘରେ ତିଆରି କରିବା ସୁଆଦିଆ ଆମ୍ବ କେକ୍‌। ପାଚିଲା ତୋତାପୁରୀ ଆମ୍ବରସ ୧ କପ୍‌, ୧/୨ କପ୍ ଗାଢ଼ା ଦୁଧ....

REY

ଏବେ ବଜାରରେ ଭଳିକି ଭଳି ଆମ୍ବ ମିଳୁଛି। ଆସନ୍ତୁ ବିନା ଓଭନ୍‌ରେ ଅଳ୍ପ ପରିଶ୍ରମରେ ଘରେ ତିଆରି କରିବା ସୁଆଦିଆ ଆମ୍ବ କେକ୍‌। ପାଚିଲା ତୋତାପୁରୀ ଆମ୍ବରସ ୧ କପ୍‌, ୧/୨ କପ୍ ଗାଢ଼ା ଦୁଧ, ୨ ଚାମଚ ଅମୁଲ, ୧/୨ କପ୍‌ ଚିନି ପାଉଡର୍‌ ଓ ୧/୪ କପ୍‌ ସାଦା ତେଲ କିମ୍ବା ବଟର୍‌ ଆଦିକୁ ଗୋଟେ ବଡ଼ ପାତ୍ରରେ ନିଅନ୍ତୁ। ଏଥର ଗୋଟେ ଛଣା ପାତ୍ର ଉପରେ ରଖି ସେଥିରେ ୧ କପ୍‌ ମଇଦା, ୧ ଛୋଟ ଚାମଚ ବେକିଂ ପାଉଡର୍‌, ୧/୨ ଛୋଟ ଚାମଚ ଖାଇବ‌ା ସୋଡ଼ାକୁ ଛାଣି ଅନ୍ୟ ସବୁୁ ସାମଗ୍ରୀକୁ ଭଲକି ଫେଣ୍ଟି ନିଅନ୍ତୁ ‌ଯେମିତି ଗୋଟାଳି ରହିବନି।

ଏଥର ମୋଟା ତଳି ଥିବା ଗୋଟେ ତାୱା/କଡ଼େଇ ନିଅନ୍ତୁ, ତା’ ଉପରେ ଆପମ୍‌ ତାୱା ରଖନ୍ତୁ। ଗୋଟିଏ ବଡ଼ ଚାମଚ ଲେଖାଏଁ କେକ୍‌ ମିଶ୍ରଣ ଦିଅନ୍ତୁ। ଢାଙ୍କୁଣି ଘୋଡ଼େଇ ସିଝିବାକୁ ଦିଅନ୍ତୁ। ପାଖାପାଖି ଦଶରୁ ପନ୍ଦର ମିନିଟ୍‌ ପରେ ଗୋଲ୍‌ଗୋଲ୍‌ ଆପମ୍‌ କେକ୍‌ଗୁଡ଼ିକ ଫୁଲି ଦୁଇଗୁଣ ହୋଇଯାଇଥିବ। ତାକୁ ଚାମଚରେ ଓଲଟାଇ ଦିଅନ୍ତୁ। ବାସ୍‌ ଦୁଇ ତିନି ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ କେକ୍‌। ଛୋଟପିଲା ଏହାକୁ ଖାଇବାକୁ ବହୁତ ଭଲ ପାଇବେ। ତେବେ ଘରେ ଆପମ୍‌ ତାୱା ନଥିଲେ ଗୋଲ୍‌ କି ଚାରିକୋଣିଆ କେକ୍‌ ଟିନ୍‌ରେ ବି ଏହା ବନେଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe