ଏହି ସହଜ ଉପାୟରେ କରନ୍ତୁ ଆମ୍ବ ଆଚାର, ଦୀର୍ଘ ଦିନ ରହିବା ପରେ ବି ହେବ ନାହିଁ ନଷ୍ଟ

Advertisment
ଏହି ସହଜ ଉପାୟରେ କରନ୍ତୁ ଆମ୍ବ ଆଚାର, ଦୀର୍ଘ ଦିନ ରହିବା ପରେ ବି ହେବ ନାହିଁ ନଷ୍ଟ

ଆଚାର ଖାଇବାକୁ କାହାକୁ ବା ଭଲଲାଗେନି? ବିଶେଷ କରି ଆମ୍ବ ଆଚାର କଥା ପଡ଼ିଲେ ତ ଆଚାରର ସ୍ୱାଦ ନିଶ୍ଚୟ ନିଆରା। ହେଲେ ଅନେକ ଲୋକ କଠିନ ଭାବି ଆମ୍ବ ଆଚାର କରିବାକୁ ମନ ବଳାଇ ନଥାନ୍ତି। ଆମେ ଆପଣଙ୍କ ସକାଶେ କହି ରଖୁଛୁ ଯେ ସବୁଠାରୁ ସହଜ ହେଉଛି ଆମ୍ବ ଆଚାର କରିବାର ପ୍ରଣାଳୀ। ଜାଣନ୍ତୁୁ କିପରି କରିବେ ଆମ୍ବ ଆଚାର।

ପ୍ରଥମେ ଆମ୍ବକୁ ଆଚାର ଆକୃତିର କାଟି ଦିଅନ୍ତୁ। ଗୋଟାଏ ରାତି ତାହାକୁ ଲୁଣ ଛିଞ୍ଚି ଏକ ମାଟି ହାଣ୍ଡିରେ ରଖନ୍ତୁ। ତା’ପର ଦିନ ତାହାକୁ ଖରାରେ ସୁଖାଇ ଦିଅନ୍ତୁ। ମାତ୍ର ୨ଟି ଖରା ଖାଇଗଲା ପରେ ସେ ଆମ୍ବ କଟା ପାଇଁ ଏକ ମସଲା ପ୍ରସ୍ତୁତ କରନ୍ତୁ।

publive-image

ଆମ୍ବର ପରିମାଣ ଦେଖି ଆବଶ୍ୟକୀୟ ମୁତାବକ ଶୋରିଷ ଗୁଣ୍ଡ, ଲଙ୍କା ଗୁଣ୍ଡ, ମେଥି ଗୁଣ୍ଡ ଆଦି ରଖନ୍ତୁୁ। ଏକ କଡ଼େଇରେ ଉଚିତ ପରିମାଣର ଶୋରିଷ ତେଲ ଦେଇ ଗରମ କରନ୍ତୁ। ସେହି ଶୋରିଷ ତେଲରେ ଏହି ସବୁ ମସଲାକୁ ପକାଇ ଦିଅନ୍ତୁ। ସେଥିରେ ଆବଶ୍ୟକତାକୁ ଲକ୍ଷ କରି ଲୁଣ ବି ଦିଅନ୍ତୁ।

ମସଲା ପ୍ରସ୍ତୁତ ହୋଇଯିବାରେ ପରେ ସୁଖା ଆମ୍ବକଟାକୁ ଏକ କାଚ ବୋତଲରେ ପୂରାଇ ଦିଅନ୍ତୁ। ସେହି ବୋତଲରେ ଏହି ମସଲାକୁ ଢ଼ାଳି ଗୋଳାଇ ଦିଅନ୍ତୁ। ତା’ପରେ ବୋତଲ ମିଶା ପ୍ରାୟ ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ସେହି ଆଚାରକୁ ଖରାରେ ଥୁଅନ୍ତୁ। ଦେଖିବେ ଏମିିତି ପ୍ରଣାଳୀରେ ଆଚାର ତିଆରିଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ଆପଣଙ୍କ ଆଚରାର ଖରାପ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe