ବୋଟରେ ଚଢ଼ି ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେବା ଯୁବକଙ୍କୁ ମହଙ୍ଗା ପଡ଼ିଲା; ମୁହଁରେ ପଡ଼ିଲା ଗୋଇଠା ପାହାର

Advertisment
ବୋଟରେ ଚଢ଼ି ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେବା ଯୁବକଙ୍କୁ ମହଙ୍ଗା ପଡ଼ିଲା; ମୁହଁରେ ପଡ଼ିଲା ଗୋଇଠା ପାହାର

khabar.ndtv.

ନୂଆଦିଲ୍ଲୀ: ବୋଟରେ ଚଢ଼ି ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେବା ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ଘଟଣାର ଭିଡିଓଟି ଥିଓ ଶାନ୍ତାନୋସ ଟୁଇଟରରେ ସେୟାର କରିଛନ୍ତି। ଭିଡିଓ ସେୟାର ‌ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଯୁବକ ଗୋଟିଏ ଡଙ୍ଗାରେ ଚଢ଼ି ଅନ୍ୟ ଡଙ୍ଗାରେ ଥିବା ଯୁବତୀଙ୍କୁ ପ୍ରୋପୋଜ କରିବାକୁ ଯାଉଛନ୍ତି। ଯୁବତୀଙ୍କ ଡଙ୍ଗା ପାଖରେ ଯୁବକ ଜଣକ ପହଞ୍ଚି ପକେଟରୁ ଏକ ମୁଦି ବାହାର କରି ଯୁବତୀଙ୍କୁ ପିନ୍ଧାଇ ଦେଉଛନ୍ତି। ଏଥିରେ ଦୁହେଁ ଖୁସି ହୋଇ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି।

ଏହି ସମୟରେ ମହିଳା ଜଣକ ଭାରସାମ୍ୟ ହରାଇ ଡଙ୍ଗାରେ ପଡ଼ି ଯାଉଥିବା ବେଳେ ତାଙ୍କ ଗୋଡ଼ ସିଧାଆସି ଯୁବକଙ୍କ ମୁହଁରେ ବାଜିଥିଲା। ସୌଭାଗ୍ୟବଶତଃ ଏଥିରେ କାହାକୁ କିଛି କ୍ଷତି ପହଞ୍ଚି ନାହିଁ।

ଏହି ଭିଡିଓ ସେପ୍ଟେମ୍ବର ୨୭ ରେ ସେୟାର କରାଯାଇଥିଲା, ଯାହାକୁ ଏପର୍ଯ୍ୟନ୍ତ ୧.୪ ଲକ୍ଷ ଲୋକ ଦେଖି ସାରିଛନ୍ତି। ଏଥିସହିତ ଏହି ଭିଡିଓକୁ ହଜାରରୁ ଅଧିକ ଲାଇକ୍ ଏବଂ ୪୦୦ ରୁ ଅଧିକ ଥର ରି-ଟ୍ୱିଟ୍ କରାଯାଇଛି |

ଏହି ଭିଡିଓକୁ ଦେଖି ସୋସିଆ ମିଡିଆ ବ୍ୟବହାରକାରୀ ଅନେକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe