୨ ଲକ୍ଷ ଟଙ୍କା ଖର୍ଚ୍ଚରେ ଘର ଛାତ ଉପରେ ତିଆରି ହୋଇଥିବା ‘ସ୍କୋରପିଓ’ ଗାଡ଼ି ଭଳି ପାଣିଟାଙ୍କିକୁ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ ଏଭଳି କଥା

Advertisment
୨ ଲକ୍ଷ ଟଙ୍କା ଖର୍ଚ୍ଚରେ  ଘର ଛାତ ଉପରେ ତିଆରି ହୋଇଥିବା ‘ସ୍କୋରପିଓ’ ଗାଡ଼ି ଭଳି ପାଣିଟାଙ୍କିକୁ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ ଏଭଳି କଥା

ନୂଆଦିଲ୍ଲୀ:  ଶିଳ୍ପପତି ଆନନ୍ଦ ମହିଦ୍ରା ବିହାରର ଜଣେ ବ୍ୟକ୍ତିଙ୍କୁ ପ୍ରଶଂସା କରି ଟୁଇଟ କରିଛନ୍ତି। ଯିଏକି ନିଜର ପ୍ରଥମ କାର ‘ମହିନ୍ଦ୍ରା ସ୍କୋରପିଓ’ ଡିଜାଇନର ଏକ ପାଣି ଟାଙ୍କି ଘର ଛାତ ଉପରେ ନିର୍ମାଣ କରିଛନ୍ତି।

ଭାଗଲପୁରରେ ବସବାସ କରୁଥିବା ଇନ୍ତସାର ଆଲମ ଆଗ୍ରାର ଜଣେ ଭଲ ମିସ୍ତ୍ରୀଙ୍କୁ ଏଭଳି ପାଣିଟାଙ୍କି ତିଆରି କରିବା କାମରେ ଲଗାଇଥିଲେ। ଛାତ ଉପରେ ଥିବା ଏହି ପାଣିଟାଙ୍କିକୁ ଦେଖିଲେ ମନେହେବ କି ବାସ୍ତବରେ ଯେପରି କେହି ଜଣେ ‘ସ୍କୋରପିଓ’ କାରକୁ ନେଇ ଛାତ ଉପରେ ରଖି ଦେଇଛି।

ଏହି ପାଣି ଟାଙ୍କିରେ ଇନ୍ତସାର ନିଜର ଗାଡି ନମ୍ବର ବି ଆର ୧୦୭୮୬ ମଧ୍ୟ ଲେଖିଛନ୍ତି | ଏଭଳି ପାଣିଟାଙ୍କି ତିଆରି କରିବାକୁ ନେଇ ଇନ୍ତସାର କହିଛନ୍ତି, ମହିନ୍ଦ୍ରା ‘ସ୍କୋରପିଓ’ ଗାଡ଼ି ଭଳି ପାଣି ଟାଙ୍କି ତିଆରି କରିବାକୁ ସେ କେବେଠାରୁ ଭାବି ଥିଲେ। କିନ୍ତୁ ତାଙ୍କୁ ଭଲ ମିସ୍ତ୍ରୀ ମିଳୁ ନଥି‌ଲେ। ଏହି ପାଣି ଟାଙ୍କିର ସଂଯୋଗ ଘର ସମସ୍ତ ମହଲାକୁ ହୋଇଛି।

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଏହି ଫଟୋ ସେୟାର କରି ଲେଖିଛନ୍ତି, 'ଏହାକୁ ମୁଁ ରାଇଜ୍ ଷ୍ଟୋରୀ ବୋଲି କହୁଛି। ସ୍କୋରପିଓ ରାଇଜିଙ୍ଗ ଟୁ ଦ ସ୍କୋରପିଓ । ଏଭଳି ପାଣିଟାଙ୍କି ତିଆରି କରିଥିବା ମାଲିକଙ୍କୁ ନମସ୍କାର ଏବଂ ପ୍ରଶଂସା | ତାଙ୍କର ପ୍ରଥମ କାର ପ୍ରତି ଥିବା ସ୍ନେହକୁ ପ୍ରଣାମ କରୁଛି।

ଆଲାମ ତାଙ୍କ ମହିନ୍ଦ୍ରା ସ୍କୋରପିଓ ଡିଜାଇନର ପାଣି ଟାଙ୍କି ନିର୍ମାଣରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି। ଏହି ଟାଙ୍କି ନିର୍ମାଣ କାମ କରୁଥିବା ମସ୍ତ୍ରୀଙ୍କୁ ପାରିଶ୍ରମିକ ହିସାବରେ ପ୍ରତିଦିନ ୧୨୦୦ ଟଙ୍କା ଲେଖାଏଁ ଦିଆଯାଉଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe