ନିଆଁ ବଦଳରେ ଗୋମାତାଙ୍କୁ ସାକ୍ଷୀ ରଖି ବିବାହ କଲେ ବର-କନ୍ୟା

ରୋହିତ-ଅଭିଲାଷାଙ୍କ ନିଆରା ବିବାହ

ନିଆଁ ବଦଳରେ ଗୋମାତାଙ୍କୁ ସାକ୍ଷୀ ରଖି ବିବାହ କଲେ ବର-କନ୍ୟା

Photo-asianet news

ସୁରଟ: ହିନ୍ଦୁ ରୀତିନୀତିରେ ବିବାହ ବେଦିରେ ଅଗ୍ନିକୁ ସାକ୍ଷୀ ରଖି ବର-କନ୍ୟା ବିବାହ କରିଥିବାର କଥା ତ ଆପଣ ଜାଣିଥିବେ | ସାତ ଜନ୍ମ ପାଇଁ ସାଥିରେ ରହିବାକୁ ନିଆଁ ଆଗରେ ଉଭୟ ବର ଓ କନ୍ୟା ଶପଥ ନେଇଥାନ୍ତି | କିନ୍ତୁ ଗୁଜୁରାଟର ସୁରଟରେ ଏମିତି ଏକ ବିବାହ ସମ୍ପନ୍ନ ହୋଇଛି ଯେଉଁଠି ନିଆଁକୁ ସାକ୍ଷୀ ନ ରଖି ଗୋମାତା ବା ଗାଈର ମୂର୍ତ୍ତିକୁ ସାକ୍ଷୀ ରଖି ବର-କନ୍ୟା ବିବାହ କରିଛନ୍ତି |

ପବ୍ଲିକ ଆଡମିନିଷ୍ଟ୍ରେସନରେ ପିଏଚଡି କରିଥିବା ରୋହିତ କୁମାର ଚାଟାର୍ଡ ଆକାଉଣ୍ଟାଣ୍ଟ ଅଭିଲାଷାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | କିଛି ନୂଆ ଢଙ୍ଗରେ ନିଜ ଜୀବନର ଏହି ଅଭୁଲା ମୁହୂର୍ତ୍ତକୁ ପାଳନ କରିବା ପାଇଁ ଉଭୟ ବର ଓ କନ୍ୟା ଇଚ୍ଛା କରିଥିଲେ | ଗତକାଲି ରୋହିତ ଅଭିଲାଷାଙ୍କ ବିବାହ ହୋଇଥିବା ବେଳେ ସେମାନେ ନିଜ ଅତିଥିଙ୍କୁ ସଂସ୍କୃତ ଭାଷାରେ ଲେଖା ହୋଇଥିବା ନିମନ୍ତ୍ରଣ ପତ୍ର ଦେଇଥିଲେ |

publive-image Photo-oneindia

ଏହା ସହ ପରିବେଶକୁ କୌଣସି କ୍ଷତି ନ ପହଞ୍ଚାଇବା ପାଇଁ ମାଟିରେ ତିଆରି ଗ୍ଲାସ ସହ ପାତ୍ରରେ ଭୋଜନର ମଧ୍ୟ ବ୍ୟବସ୍ଥା କରିଛନ୍ତି | ସେହିପରି ବିବାହ ପାଇଁ ବେଦିରେ ନିଆଁ ବଦଳରେ ଗାଈ ଓ ବାଛୁରୀଙ୍କର ଯୁଗଳ ମୂର୍ତ୍ତିକୁ ରଖାଯାଇଥିଲା | ଏମାନଙ୍କୁ ସାକ୍ଷୀ ରଖି ଉଭୟ ଅଭିଲାଷା ଓ ରୋହିତ ସାତ ଜନ୍ମର ସାଥି ହେବାକୁ ଶପଥ ନେଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe