ଅଜବ ପରଂପରା: ଭାଇ ପାଇଁ ଭଉଣୀ ସାଜେ ବର!

ଅଜବ ପରଂପରା: ଭାଇ ପାଇଁ ଭଉଣୀ ସାଜେ ବର!

ଭାରତରେ ବିବାହର ବିଭିନ୍ନ ପରଂପରା ରହିଛି। ରାଜ୍ୟ ଓ ସଂପ୍ରଦାୟକୁ ନେଇ ଏହା ଭିନ୍ନ ଭିନ୍ନ। ହିମାଚଳ ପ୍ରଦେଶର କିନ୍ନୋର କ୍ଷେତ୍ରରେ ମଧ୍ୟ ଏକ ଅଜବ ପରଂପରା ରହିଛି।
ଏଠାରେ କେଉଁ କାଳରୁ ଏକ ରୀତି ରହିଛି ଯେ,ଭଉଣୀ ନିଜ ଭାଇ ପାଇଁ ବୋହୂ ଆଣିବା ପାଇଁ ବର ସାଜିଥାଏ। ଘରୁ ଭଉଣୀ ବରବେଶରେ ବାହାରିଥାଏ ଓ ସେ ହିଁ ସବୁ ରୀତିନୀତି ଶେଷ କରିଥାଏ।
ଯଦି କୌଣସି ପରିବାରରେ ଭଉଣୀ ନ ଥାଏ,ତେବେ ସାନ ଭାଇ ଭଉଣୀର ଭୂମିକା ନିର୍ବାହ କରିଥାଏ। ଏକ ଜନଜାତିରେ ଏହି ବିବାହ ପ୍ରଥା ପ୍ରଚଳିତ। ଭଉଣୀ ବର ବେଶରେ ବ୍ୟାଣ୍ଡବାଜା ଧରି କନ୍ୟା ଘରେ ପହଞ୍ଚଥାଏ।
କେତେଥର ସାନ ଭାଇ ମଧ୍ୟ ନିଜ ଭାଉଜକୁ ବାହା ହୋଇ ଘରକୁ ଆଣିଥାଏ। ଯେଉଁ ଘରେ ଭଉଣୀ ନଥାଏ ,ସେଠି ସାନଭାଇକୁ ସେହି କାମ କରିବାକୁ ପଡ଼େ ।ଭଉଣୀ ହିଁ ବର ସାଜି ଘରୁ ବାହାରିଥାଏ ଓ ସେ ହିଁ ତା’ର ଭାଉଜଙ୍କୁ ସାଙ୍ଗରେ ନେଇକରି ଫେରିଥାଏ। ଏହା ଏକ ଅଜବ ପରଂପରା ହେଲେ ବି ସେମାନଙ୍କ ପାଇଁ ଆଦୌ ନୂଆ ନୁହେଁ।

publive-image

ଐତିହାସିକମାନେ କହିଛନ୍ତି ଯେ, କେଉଁ କାଳରୁ ଏହି ପ୍ରଥା ଏଠାରେ ପ୍ରଚଳିତ। ବଡ ଶାଦି,କୁଜି ବିବାହ ଓ ଛୋଟି ଶାଦିର ପରଂପରା ସହିତ ଏହି ରୀତି ଆଜି ବି କାୟମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe