ବଜାରକୁ ଆସିଛି ସ୍ବତନ୍ତ୍ର ବନ୍ଧୁକ, ଚେହେରା ପଢ଼ିଲେ ଫୁଟିବ ଗୁଳି

ବଜାରକୁ ଆସିଛି ସ୍ବତନ୍ତ୍ର ବନ୍ଧୁକ, ଚେହେରା ପଢ଼ିଲେ ଫୁଟିବ ଗୁଳି

ନୂଆଦିଲ୍ଲୀ: ବଜାରକୁ ଆସିଛି ସ୍ବତନ୍ତ୍ର ବନ୍ଧୁକ । ଯାହାକୁ ଆପଣଙ୍କ ବ୍ୟତୀତ ଅନ୍ୟ କେହି ଚଲାଇ ପାରିବେ ନାହିଁ। କାରଣ ଆପଣ ଯେତେବେଳେ ଏହି ବନ୍ଧୁକକୁ କିଣିବେ ସେତେବେଳେ ହିଁ ସେଥିରେ ଆପଣଙ୍କ ଚେହେରା ଚିହ୍ନଟ ହୋଇଯିବ। ଏହାପରେ ଏହି ସ୍ବତନ୍ତ୍ର ବନ୍ଧୁକ ସେତେବେଳେ ଚାଲିବ ଯେତେବେ‌ଳେ ଏଥିରେ ଆପଣଙ୍କ ଚେହେରା ଦେଖାଯିବ। ନଚେତ ଏହି ବନ୍ଧୁକ ଅନ୍ୟମ‌ାନଙ୍କ ପାଇଁ ଖେଲଣା ଭଳି ରହିବ।

କେହି ଯଦି ଆପଣଙ୍କ ଠାରୁ ଏହି ବନ୍ଧୁକକୁ ଛଡ଼ାଇ ବି ନିଅନ୍ତି, ତଥାପି ସେ ଏହାକୁ ଚଲାଇ ପାରିବେ ନାହିଁ। ସେଥିପାଇଁ ଏହି ବନ୍ଧୁକର ନାମ ରଖାଯାଇଛି,‘ ସ୍ମାର୍ଟ ବନ୍ଧୁକ’। ଏହାକୁ କୋଲୋରାଡୋ ସ୍ଥିତ ବାୟୋଫାୟର ଟେକ ନାମକ କମ୍ପାନି ତିଆରି କରିଛି।

ଏହି କମ୍ପାନିର ଦାବି ହେଉଛି କି, ‘ଏହି ବନ୍ଧୁକ ଫେସିଆଲ ରିକଗନିସନରେ ଚାଲିବ। ଏହାର ବିକ୍ରି ଆମେରିକାରେ ଆରମ୍ଭ ହୋଇଗଲାଣି। ଏହି ବନ୍ଧୁକର ପଛପାର୍ଶ୍ବରେ ସ୍ବତନ୍ତ୍ର ସେନସର ଓ କ୍ୟାମେରା ଲାଗିଛି। ପ୍ରଥମଥର ଯେତେବେଳେ ଆପଣ ଏହାକୁ ଚଲାଇ‌ବେ, ସେତେବେଳେ ବନ୍ଧୁକ ଆପଣଙ୍କ ଚେହେରାକୁ ନିଜ ଭିତରେ ଫିଡିଂ କରି ଦେବ। ଏହାପରେ ଏହି ବନ୍ଧୁକକୁ ଅନ୍ୟ କେହି ଚଲାଇ ପ‌ାରିବେ ନାହିଁ। ଏହାର ସପ୍ଟୱୟାର ଓ ଇଲୋକଟ୍ରୋନିକ୍ସକୁ ଅନେକଥର ପରୀକ୍ଷା କରାଯାଇଛି।  ଏହା ସମ୍ପୂର୍ଣ୍ଣ ଭାବେ ସଫଳ ଓ ସୁରକ୍ଷିତ ବନ୍ଧୁକ ରହିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe