ମାରୁତି ସୁଜୁକି ଭିକ୍ଟୋରିସ୍‌

Advertisment

ବଜାରକୁ ଆସିଛି ମାରୁତି ସୁଜୁକିର ନୂଆ ସଂସ୍କରଣ ଭିକ୍ଟୋରିସ୍‌, ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧୦,୪୯,୯୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏହାର ଏଲ୍‌ଏକ୍ସଆଇ, ଭିଏକ୍ସଆଇ, ଜେଡ୍‌ଏକ୍ସଆଇ/ଜେଡ୍‌ଏକ୍ସଆଇଓ, ଜେଡ୍‌ଏକ୍ସଆଇ+/ଜେଡ୍‌ଏକ୍ସଆଇଓ+ ପରି ୪ଟି ଭାରିଆଣ୍ଟ ରହିଛି।

ବଜାରକୁ ଆସିଛି ମାରୁତି ସୁଜୁକିର ନୂଆ ସଂସ୍କରଣ ଭିକ୍ଟୋରିସ୍‌, ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧୦,୪୯,୯୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏହାର ଏଲ୍‌ଏକ୍ସଆଇ, ଭିଏକ୍ସଆଇ, ଜେଡ୍‌ଏକ୍ସଆଇ/ଜେଡ୍‌ଏକ୍ସଆଇଓ, ଜେଡ୍‌ଏକ୍ସଆଇ+/ଜେଡ୍‌ଏକ୍ସଆଇଓ+ ପରି ୪ଟି ଭାରିଆଣ୍ଟ ରହିଛି।

fshfhssxvbbxv

ବଜାରକୁ ଆସିଛି ମାରୁତି ସୁଜୁକିର ନୂଆ ସଂସ୍କରଣ ଭିକ୍ଟୋରିସ୍‌, ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧୦,୪୯,୯୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏହାର ଏଲ୍‌ଏକ୍ସଆଇ, ଭିଏକ୍ସଆଇ, ଜେଡ୍‌ଏକ୍ସଆଇ/ଜେଡ୍‌ଏକ୍ସଆଇଓ, ଜେଡ୍‌ଏକ୍ସଆଇ+/ଜେଡ୍‌ଏକ୍ସଆଇଓ+ ପରି ୪ଟି ଭାରିଆଣ୍ଟ ରହିଛି। ଭିକ୍ଟୋରିସ୍‌ରେ ପେଟ୍ରୋଲ୍‌, ଏସ୍‌-ସିଏନ୍‌ଜି ଓ ଷ୍ଟ୍ରଙ୍ଗ୍‌ ହାଇବ୍ରିଡ୍‌ ପରି ତିନିଟି ମୋଡ୍‌ ମଧ୍ୟ ରହିଛି। ଏଥିରେ କେ୧୫ସି ଇଂଜିନ୍‌ ସହ ୫-ସ୍ପିଡ୍‌ ମାନୁଆଲ୍‌ ଓ ୬-ସ୍ପିଡ୍‌ ଅଟୋମେଟିକ୍‌ ଟ୍ରାନ୍ସମିସନ୍‌ ରହିଛି। ଏହାର ତେଲଟାଙ୍କି ଧାରଣ କ୍ଷମତା ୪୫ ଲିଟର।

ଏହାସହ ଏଥିରେ ୬ଟି ଏୟାର୍‌ବ୍ୟାଗ୍‌, ଡୁଆଲ୍‌ ଟୋନ୍‌ ଇଣ୍ଟେରିୟର୍‌, ପାନୋରୋମିକ୍‌ ସନ୍‌ରୁଫ୍‌, ୬୪-କଲର୍‌ ଏମ୍ବିଏଣ୍ଟ ଲାଇଟ୍‌ିଂ, ଥ୍ରି-ଲେୟାର୍‌ଡ ଡାସ୍‌ବୋର୍ଡ, ୨୬.୦୩ ସିଏମ୍‌ ମଲ୍‌ଟି-ଇନ୍‌ଫର୍‌ମେସନ୍‌ ଡିଜିଟାଲ୍‌ କ୍ଲଷ୍ଟର୍‌, ଫ୍ରଣ୍ଟ୍ ପାର୍କିଂ ଆସିଷ୍ଟ ସେନ୍‌ସର୍‌, ୩୬୦ଂ ଏଚ୍‌ଡି କ୍ୟାମେରା ଭିୟୁ, ଇଲେକ୍ଟ୍ରୋନିକ୍‌ ପାର୍କିଂ ବ୍ରେକ୍‌ ୱିଥ୍‌ ବ୍ରେକ୍‌ ହୋଲ୍‌ଡ, ଆଡ୍‌ଭାନ୍‌ସଡ୍ ଲେବଲ୍‌ ୨ ଆଡାସ୍‌, ନେକ୍ସଟ୍‌ ଜେନ୍‌ ସୁଜୁକି କନେକ୍ଟ ୱିଥ୍‌ ଇ-କଲ୍‌ ପରି ବୈଶିଷ୍ଟ୍ୟ ରହିଛି। ଭିକ୍ଟୋରିସ୍‌ର ମନୋଟୋନ୍‌ରେ ଇଟର୍‌ନାଲ୍‌ ବ୍ଲୁ, ସିଜ୍‌ଲିଂ ରେଡ୍‌, ମିଷ୍ଟିକ୍‌ ଗ୍ରିନ୍‌, ବ୍ଲୁଇସ୍‌ ବ୍ଲାକ୍‌, ମାଗ୍‌ମା ଗ୍ରେ, ସ୍ପେ୍ଲଣ୍ଡିଡ୍‌ ସିଲ୍‌ଭର୍‌, ଆର୍କଟିକ୍‌ ହ୍ବାଇଟ୍‌  ପରି ୭ଟି ରଙ୍ଗ ଏବଂ ଡୁଆଲ୍‌ ଟୋନ୍‌ରେ ଇଟର୍‌ନାଲ୍‌ ବ୍ଲୁ ୱିଥ୍‌ ବ୍ଲୁଇସ୍‌ ବ୍ଲାକ୍‌ ସନ୍‌ରୁଫ୍‌, ସିଜ୍‌ଲିଂ ରେଡ୍‌ ୱିଥ୍‌ ବ୍ଲୁଇସ୍‌ ବ୍ଲାକ୍‌ ସନ୍‌ରୁଫ୍‌ ଓ ସ୍ପେ୍ଲଣ୍ଡିଡ୍‌ ସିଲ୍‌ଭର୍‌ ୱିଥ୍‌ ବ୍ଲୁଇସ୍‌ ବ୍ଲାକ୍‌ ସନ୍‌ରୁଫ୍‌ ପରି ୩ଟି ରଙ୍ଗ ଉପଲବ୍ଧ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe